ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ : ୩୯ ମୃତ

ଭୁବନେଶ୍ୱର: ରାଜ୍ୟରେ ୩୬୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳରୁ ୨୦୪ଜଣ, ବାଲେଶ୍ୱରରୁ ୨୬୨ଜଣ, ବରଗଡରୁୁ ୫୦ଜଣ, ଭଦ୍ରକରୁ ୧୭୮ଜଣ, ବଲାଙ୍ଗୀରରୁ ୩୬ଜଣ, ବୌଦ୍ଧରୁ ୮୪ଜଣ, କଟକରୁ ୪୩୮ ଜଣ, ଦେବଗଡରୁ ୨୮ ଜଣ, ଢେଙ୍କାନାଳରୁ ୧୧୪ଜଣ, ଗଜପତିରୁ ୧୮ଜଣ, ଗଞ୍ଜାମରୁ ୨୭ ଜର, ଜଗତସିଂହପୁରରୁ ୯୨ ଜଣ, ଯାଜପୁରରୁ ୩୦୫ଜଣ, ଝାରସୁଗୁଡାରୁ ୧୯ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୪୮ଜଣ, କେନ୍ଦ୍ରାପଡାରୁ ୧୨୦ଜଣ, କେନ୍ଦୁଝରରୁ ୬୮ଜଣ, କୋରାପୁଟରୁ ୮୦ଜଣ, ମାଲକାନଗିରିରୁ ୫୬ଜଣ, ମୟୁରଭଞ୍ଜ ୧୧୨ଜଣ, ନବରଙ୍ଗପୁରରୁ ୧୦୮ଜଣ, ନୟାଗଡାରୁ ୧୦୬ଜଣ, ନୂଆପଡାରୁ ୧୯ଜଣ, ପୁରୀରୁ ୧୯୯ଜଣ, ରାୟଗଡାରୁ ୭୯ଜଣ, ସମ୍ବଲପୁରରୁ ୩୭ଜଣ ସୋନପୁରରୁ ୫୦, ସୁନ୍ଦରଗଡରୁ ୮୩ ଓ ଷ୍ଟେଟ୍‌ପୁଲରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ୩୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ଏହାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫୪କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼, ପୁରୀ, ଝାରସୁଗୁଡ଼ା ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ, ଜଗତସିଂହପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବରଗଡ଼, ଢେଙ୍କାନାଳ, ନବରଂଗପୁର, ନୂଆପଡ଼ା ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ସୂଚନାଯେ଼ାଗ୍ୟ ଯେ଼, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮୬୬୬୯୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୮୧୭୩୫୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪୫୮୦୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଂଟାରେ ୫୫୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.

20 + two =