ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୮୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୬୩୪ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୋଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି ।
ଯାଜପୁରରୁ ୩୪୬, ଝାରସୁଗୁଡାରୁ ୧୯,କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୧୪୫, କେଉଁଝରରୁ ୮୧,ଖୋର୍ଦ୍ଧାରୁ ୬୧୭, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯,ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୁଆପଡାରୁ ୩୧, ପୁରୀରୁ ୨୦୦, ରାୟଗଡାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬,ସୁନ୍ଦରଗଡରୁ ୧୧୯ ଓ ରାଜ୍ୟ ପୁଲରୁ ୯୫ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ ଆଜି ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବରଗଡ ଜିଲାରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବଲାଙ୍ଗୀର ଜିଲାରୁ ୨ଜଣ, ଖୋର୍ଦ୍ଧା ଜିଲାରୁ ୫ ଜଣ, କଟକରୁ ୪, ଦେବଗଡ ୨, ଗଜପତିରୁ ଜଣେ, ଝାରସୁଗୁଡା ଜିଲାରୁ ୪ ଜଣ, କଳାହାଣ୍ଡି ଜିଲାରୁ ୪, କେନ୍ଦ୍ରାପଡା ୨, ମୟୁରଭଞ୍ଜରୁ ଜଣେ, ପୁରୀ ଜିଲାରୁ ୩, ରାୟଗଡା ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ସମ୍ବଲପୁରରୁ ଜଣେ ଏବଂ ସୁନ୍ଦରଗଡ ଜିଲାରୁ ତିନିଜଣ କରୋନା ସଂକ୍ରମିତଙ୍କର ଦିନକରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।