ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି । ୨୪ ଘଣ୍ଟାରେ ଆଉ ୬୦,୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୨୩,୫୪୬କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୫,୧୩୭ରେ ପହଞ୍ଚିଛି । ଦିନକରେ ୯୭,୭୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୬,୭୮,୩୯୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭,୬୦,୦୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ୨୭,୨୩,୮୮,୭୮୩ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।