ଜେଲ୍ ରୁ ବାହାରିଲେ ଅଭୟ ପାଠକ

ଭୁବନେଶ୍ୱର: ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଅଭୟଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା । ଗୁରୁବାର ତୃତୀୟ ମାମଲାରେ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍ ରୁ ବାହାରିଲେ ଅଭୟ ପାଠକ । ତେବେ ତାଙ୍କ ପୁଅ ଆକାଶ ଏବେ ବି ଜେଲ୍ ରେ ଅଛନ୍ତି ।

Leave A Reply

Your email address will not be published.

seventeen + eight =