ନୂତନ ଟିକା ନୀତି ଆଜିଠାରୁ

ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଦେଶରେ ନୂଆ ଟିକାକରଣ ନୀତି ଆରମ୍ଭ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ରାଜ୍ୟରେ ୨ହଜାର ଟିକାକରଣ କେନ୍ଦ୍ରରେ ଆସନ୍ତା କାଲିଠାରୁ ଟିକାକରଣ କରାଯିବ । ରାଜ୍ୟରେ ବର୍ତମାନ ସୁଦ୍ଧା ୧୦ଲକ୍ଷ କୋଭିସିଲ୍ଡ ଓ ୪ଲକ୍ଷ କୋଭାକ୍ସିନ୍ ଟିକା ମହଜୁଦ୍ ରହିଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫୦% ଅନଲାଇନରେ ପଞ୍ଜୀକୃତ ଏବଂ ୫୦% ଟିକାକରଣ କେନ୍ଦ୍ରରେ ପଞ୍ଜିକୃତ କରି ଟିକାଦାନ କରାଯିବ । ସେହିପରି ରାଜ୍ୟରେ ଟିକାକରଣକୁ ସଫଳ କରିବା ପାଇଁ ଆସନ୍ତା କାଲିଠାରୁ କ୍ୟାମ୍ପନମୋଡରେ ଟିକାକରଣ କରିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଟିକାକରଣ ପାଇଁ ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଁଏ ସେସନ୍ କରାଯିବ । ସେହିପରି ପଞ୍ଚାୟତ ସମିତି (ବ୍ଲକ୍) ଓ ଏନ୍ଏସିରେ ଦୈନିକ ୫ଟି ଲେଖାଁଏ ସେସନ୍ କରାଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ପତ୍ର ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦେଶ ଦେଇଛନ୍ତି । ସଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଟିକା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.

4 × five =