ୟୁଟ୍ୟୁବ କ୍ଲାସ ପରେ ହେବ ଇ-ମୁଲ୍ୟାୟନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ୟୁଟ୍ୟୁବରେ ପାଠପଢ଼ା ଆରମ୍ଭ ହୋଇଛି । ଅନ୍ୟପଟେ ଅନଲାଇନରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ, କେମିତି ପାଠପଢ଼ା ଚାଲିଛି ଏହାର ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତଦାରଖ ପରେ କହିଛନ୍ତି, ୟୁଟ୍ୟୁବ୍ କ୍ଲାସ ପରେ ଛାତ୍ରଛାତ୍ରାଙ୍କ ପ୍ରତି ମାସେ ଦୁଇ ମାସରେ ଇଂଟରନାଲ ଆସେସମେଂଟ ହୋଇ ଇ-ମୂଲ୍ୟାଙ୍କନ କରାଯିବ । ତେବେ ଯେଉଁମାନଙ୍କ ପାଖରେ ଏହି ସୁବିଧା ପହଁଚି ପାରିନି ସେମାନଙ୍କ ନିକଟରେ କିଭଳି ପହଁଚିବେ ସେଥିପାଇଁଁ ପଦକ୍ଷେପ ନେବ ବିଭାଗ । କରୋନା ମହାମାରୀରେ ଦୀର୍ଘ ଦିନ ହେବ କ୍ଲାସରୁମ୍ ପାଠପଢ଼ା ସ୍ୱାଭାବିକ ହୋଇ ପାରୁନଥିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେଉଁ ଦିନ କେଉଁ ବିଷୟରେ ପାଠପଢ଼ା ହେବ ସେନେଇ ରୁଟିନ୍ ବି ପ୍ରକାଶ ପାଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ ହେବ । ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ । ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ । ଯଦିଓ ଓଡ଼ିଶାର ବହୁ ଉପାପ୍ତ ଅଂଚଳକୁ ଏ ଯାଏ ଇଂଟରନେଟ ସୁବିଧା ପହଂଚି ପାରିନି ତେଣୁ ଏପରି ଶିକ୍ଷା । ବ୍ୟବସ୍ଥା ଦ୍ୱାରା କେତେ ପ୍ରତିଶତ ପିଲା ଉପକୃତ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମ ରାଜ୍ୟରେ ଏବେ ୪୦ ପ୍ରତିଶତ ପିଲାଙ୍କ ପାଖରେ ଇଂଟରନେଟ ସୁବିଧା ପହଂଚିପାରୁଛି । ହେଲେ ଉପାପ୍ତ ଅଂଚଳ ତଥା ଗ୍ରାମାଂଚଳରେ ରହୁଥିବା ୬୦ ପ୍ରତିଶତ ପିଲା ଏହି ସୁବିଧା ପାଇପାରୁ ନାହାନ୍ତି । ତେଣୁ ଏଥିନିମନ୍ତେ ଶିକ୍ଷକମାନେ ଭିଡିଓ କରି ସେମାନଙ୍କୁ ପାଠ ପଢ଼ାଇବେ ବ୍ୟବସ୍ଥା କରିବେ ବୋଲି ଜଣାଯାଇଛି । ଏହାପରେ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷକ ପହଂଚି କ୍ଲାସ କରିବାକୁ ପଦକ୍ଷେପ ନିଆଯିବ ବୋଲଇ ଜଣାଯାଇଛି ।

Leave A Reply

Your email address will not be published.

four × five =