ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ ସାଧାନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବଦ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରୋ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର । ଏହା ପାଂଚ ହଜାର ବର୍ଷର ପରମ୍ପରା । ଯୋଗ ଦ୍ୱାରା ମନ ଓ ଶରୀର, ବିଚାର ଓ କର୍ମ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୁଏ । ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବାରେ ସାହାର୍ଯ୍ୟ କରେ । ଏହା ମଣିଷର ସାମଗ୍ରିକ ବିକାଶ ଲାଗି ଉଦ୍ଦିଷ୍ଟ । ଜୀବନଶୈଳୀକୁ ପରିବର୍ତନ ସହିତ ଆତ୍ମଚେତନାର ଜାଗ୍ରତ ଏହାର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଉପସ୍ଥିତ ସଦସ୍ୟଙ୍କୁ ପ୍ରଭାବିତ କରିଥିଲା । ଜୁନ୍ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ରେ ନିଷ୍ପତି ନିଆଯାଇଥିଲା । ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଏହାର ପରବର୍ଷ ୨୦୧୫ରେ ପାଳିତ ହୋଇଥିଲା । ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ । ସର୍ବେଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁମମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଲ । ଭାରତରେ ସମସ୍ତ ଆଧ୍ୟତ୍ମିକ କ୍ଷେତ୍ରର ସାଧକ, ମହାପୁରୁଷ ଏବଂ ଜଣେ ଯେ କୌଣସି ଧର୍ମାବଲମ୍ବୀ ହୁଅନ୍ତୁ କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି । ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଏହା ବୁଝାଇଥାଲ । ଯୋଗକୁ କୌଣସି ନୀତି ରୂପେ ନୁହେଁ ବରଂ ମାନବ ଜୀବନର ମୂଳଭୂତ ଆଧାରଶିଳା ଭାବେ ଗ୍ରହଣ କରିବା ଉଚିତ । ଧର୍ମ ପାଳନ ଏବଂ ସାଧାନା ହେଉଛି ଯୋଗର ଦଇଟି ବାହୁ । ଏହିପରି ଯୋଗ ହେଉଛି ଏକ ସାମଗ୍ରିକ ଜୀବନ ପଦ୍ଧତି । ଯୋଗ ସାଧନାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିତ୍ୱର ଜୀବନରେ ସରସତା ଆନନ୍ଦ ଆଣିବା ସହ ସନ୍ତୁଳନ ସାଧାନା କରିବା । ଶ୍ରୀମଦ ଭଗବତ ଗୀତା ତ ସ୍ୱୟଂ ଯୋଗଶାସ୍ତ୍ର । ଜ୍ଞାନଯୋଗ ଅନୁସାରେ ବ୍ରହ୍ମଙ୍କ ସହିତ ଏକତ୍ର ଜ୍ଞାନ ହିଁ ମୁଖ୍ୟ । ବ୍ରହ୍ମ ଭାବରେ ସ୍ଥିତି ଲାଭ କରିବା ହିଁ ଜ୍ଞାନଯୋଗ ସାଧନାର ଲକ୍ଷ୍ୟ । କର୍ମ ହେଉଛି କାରଣ । ଏଥିରୁ ମୁକ୍ତିଲାଭ କରିବା ସକାଶେ କର୍ମଯୋଗର ସାହାର୍ଯ୍ୟ ନିଆଯାଏ । ନରନାୟଣଙ୍କ ନିଃସ୍ୱାର୍ଥପର ସେବା କର୍ଯ୍ୟକୁ ନିଷ୍କାମ କର୍ମଯୋଗ ବୋଲାଯାଲ । ଆଧ୍ୟାତ୍ମିକ ପିପାସୁଙ୍କ ମତରେ ଭଗବତ ପ୍ରାପ୍ତିର ସର୍ବାପେକ୍ଷା ସରଳ ଓ ସୁଗମ ମାର୍ଗ ହେଉଛି । ଭକ୍ତିଯୋଗ ।