ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ସରକାରଙ୍କ ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୧୦, ୨୦୨ରେ ସରିବା । ନିର୍ବାଚନ ପୁର୍ବରୁ ସୀମା ପୁନଃ ନିର୍ଦ୍ଧରଣ ଓ ସଂରକ୍ଷଣ କାମ ସରିବା କଥା । ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଆମେ ଚିଠି କରିଛୁ । ଏ ଦୁଇଟା କାର୍ଯ୍ୟ ସରିଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ । ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ । ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ଥିବା ଜଣାପଡୁଛି । ତେବେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଆଗକୁ ନେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନାହାନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୱର୍ଡ ସୀମାପୁନର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ ୩୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ପୁର୍ବରୁ ଏନେଇ ଜାନୁୟାରୀ ମାସରେ କମିଶନ ମଧ୍ୟ ଦୁଇ ଥର ଚିଠି ଲେଖିଥିଲେ । ଏହା ସତ୍ୱେ ଏ ସମ୍ପର୍କରେ ସରକାରଙ୍କଠାରୁ କୌଣସି ଇଂଟିମେସନ ମିଳିନଥିବା କମିଶନ ଜଣାଇଛନ୍ତି । ଆସନ ସଂରକ୍ଷଣକୁ ନେଇ ସରକାର ଅଡୁଆୋର ପଡିଥିବାରୁ ନିଷ୍ପତି ନେବାରେ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି । ପୌର ଓ ପଞ୍ଚାୟତ ନିର୍ବାଚନରେ ଆଗରୁ ୬୪% ସଂରକ୍ଷଣ ବ୍ୟବସ୍ଥା ଥିଲା । ତେବେ ଲୋକାଲ ବଡି ଇଲେକସନରେ ସଂରକ୍ଷଣ ୫୦% ରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ହରଡଘଣାରେ ପଡିଛନ୍ତି ରାଜ୍ୟ ସରକାର । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତି ୫ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି, ସରକାର ଚାହିଁଲେ ବି ଘୁଞ୍ଚାଇପାରିବେ ନାହିଁ ।

Leave A Reply

Your email address will not be published.

3 × three =