ସରକାରୀ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ

ନୁଆଦିଲ୍ଲୀ: ଦେଶରେ ଆରମ୍ଭ କରିଥିବା ବିଶାଳ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ । ଟିକାକରଣ ଅଭିଯାନର ପ୍ରଚାର ଓ ପ୍ରସାରଣ ପାଇଁ ବ୍ୟାନର/ହୋଡିଂ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁମୋଦନ କମିଶନ(ୟୁଜିସି) କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି କହିଛି ଯେ, ହିନ୍ଦୀ ଓ ଇଂରାଜୀ ଭାଷାରେ ସବୁ ବିଶ୍ୱବିଦ୍ୟାଳୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ପ୍ରଚାର ପାଇଁ ବ୍ୟାନର/ହୋର୍ଡିଂ ଲଗାଇବେ । ବ୍ୟାନର ଓ ପୋଷ୍ଟର ଡିଜାଇନ ମଧ୍ୟ ୟୁଜିସି ପଠାଇଛି । ସୁଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହାର ଡିଜାଇନ କରିଛି । ଗୋଟିଏ ଡିଜାଇନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସରକାରଙ୍କ ମାଗଣା ଟିକା ପାଇଁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.

2 + 5 =