ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଟିକା ନନେଲେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଳାପାଳ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେ କହିଛନ୍ତି ଜିଲ୍ଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ । ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟକ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ । ଯଦି ଦୋକାନ ଟିକା ନେଇନଥିବେ ଏବଂ ତତ୍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାଦଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.

12 − 7 =