କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ରଜ ମଉଜ

ଭୁବନେଶ୍ୱର: କରୋନା କାଳରେ ଦେଶରେ ଚାରିଆଡ଼େ ଅଭାବ ଓ ଅସୁବିଧାର ବାତାବରଣ । ଭଲ ମଣିଷଟିଏ ଯେଉଁଠି ହନ୍ତସନ୍ତ ହେଉଛି । ଗରିବଟିଏକୁ ଅବା କିଏ ପଚାରେ । କିନ୍ତୁ ଏବେ ବି କିଛି ମଣିଷଙ୍କ ପାଖରେ ମାନବିକତା ବଂଚି ରହିଛି । ଏପରି କିଛି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଯେଉଁଠି ଅନେକ ସଂସ୍ଥା ଓ ସଂଗଠନ ଆଗକୁ ଆସି ଗରିବ ଅସହାୟମାନଙ୍କୁ ସାହାଯ୍ୟ ସହଯୋଗ କରୁଛି । ସେଠି ବିଶ୍ୱ ବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ସହର ଓ ଗ୍ରାମାଂଚଳରେ ବି ଅସହାୟ, ଗରିବ ଓ ଖଟିଖିଆ ଦିନ ମଜୁରୀଆଙ୍କୁ ପ୍ରସ୍ତୁତ ଖାଦ୍ୟ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରିଆସୁଛି । ଜାତି, ଧର୍ମ, ବର୍ଣ୍ଣରୁ ଉପରକୁ ଉଠି ମାନବିକତାର ପରିଚୟ ଦେଇ ଅହମଦୀୟା ମୁସଲିମ ସଂଗଠନର କର୍ମକର୍ତାମାନେ ରଜମଉଜ ଉତ୍ସବରେ ୧୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଆବଶ୍ୟକ ସାମଗ୍ରୀ ବଂଟନ କରିବା ସହ କୁନି କୁନି ପିଲାମାନଙ୍କ ମୁହଁରେ ଖୁସିର ହସ ଫୁଟାଇବାର ଅଭିନବ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ତାହେର ଅହମଦ ଖାଁ ଓ ଫଜଲ ହକ ଖାଁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

13 + eleven =