ଚିନ୍ତା ବଢାଇଲା ଡେଲଟା ପ୍ଲସ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱୀତିୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲା ବେଳେ ଏବେ ଡେଲଟାହ ପ୍ଲସ୍ ଭାରଏଂଟା ଚିନ୍ତାର କାରଣ ହୋଇଛି । ଦେଶର ୪ଟି ରାଜ୍ୟରେ ଡେଲ୍ଟା ପ୍ଲାସ୍ ଭାରିଏଂଟା ଠାବ ହୋଇଛି । ଦେଶରେ ମୋଟ୍ ୪୦ଜଣଙ୍କ ଠାରେ ଡେଲଟା ପ୍ଲସ୍ ଭାରିଏଂଟା ଭୂତାଣୁ ଚିହ୍ନଟ ହୋଇଛି । ଯାହାକି ଏବେ ଚିନ୍ତାର କାରଣ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ୨୧, ମଧ୍ୟପ୍ରଦେଶରେ ୬, କେରଳ ଓ ତାମିଲ୍‌ନାଡୁରେ ୩ଜଣ ଲେଖାଁଏ ପଞ୍ଜାବ ଓ ଆନ୍ଦ୍ରପ୍ରଦେଶ ଜଣେ ଲେଖାଁଏ ଚିହ୍ନଟ ହୋଇଥିବା କୁହାଯାଇଛି ।
ଅନ୍ୟପକ୍ଷରେ ଦେଶରେ ଆଜି ଦିନକରେ ୫୦,୮୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩କୋଟି ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୩ଲକ୍ଷ ୯୦ ହଜାର ୬୬୦ରେ ପହଞ୍ଚିଛି । ଆଜି ଦିନକରେ ୧,୩୫୮ ଜଣଙ୍କର ମୃତ୍ୟୁ ଘଟିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ସଂଖ୍ୟା ୬,୪୩,୧୯୪କୁ ହ୍ରାସ ପାଇଛି । ଯାହାକି ଗତ ୮୨ ଦିନ ମଧ୍ୟରେ ସର୍ବନିମ୍ନ । ଏଥିସହିତ କରୋନାରୁ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ୨,୮୯,୯୪,୮୫୫ କୁ ବୃଦ୍ଧି ପାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୧୭ ଜଣ ଆରୋଗ୍ୟ ହୋଇଛନ୍ତି । ଏଥିସହ ଦେଶରେ ଆରୋଗ୍ୟ ହାର ୯୬.୫୬%କୁ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ହାର ୨.୬୭ ପ୍ରତିଶତକୁ ଖସିଛି । ବିଗତ ୧୬ ଦିନ ହେବ ଦୈନିକ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି । ଗତକାଲିର ରିପୋର୍ଟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୩.୩୨ ପ୍ରତିଶତକୁ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ଦୈନିକ ଟିକାକରଣ ପୂର୍ବ ଅପେକ୍ଷା ଅଧିକ ରହିଛି । ଏଯାବତ ୨୯ କୋଟି ଲୋକ ଟିକା ନେଇଛନ୍ତି । ଯେଉଁଥିରେ ପ୍ରଥମ ଡୋଜ ସଂଖ୍ୟା ଅଧିକ ରହିଛି । ମଙ୍ଗଳବାର ୫୪ ଲକ୍ଷ ଲୋକ ଟିକା ନେଇଛନ୍ତି । ଯାହାକି ସୋମବାର ଅପେକ୍ଷା ଢ଼େର କମ୍ ରହିଛି । ସୋମବାର ଏହି ସଂଖ୍ୟା ୮୫ ଲକ୍ଷ ଥିଲା ।

Leave A Reply

Your email address will not be published.

1 × 3 =