ବିଶ୍ୱ ପାଣିପାଗ

ସମଗ୍ର ବିଶ୍ୱ ଏବେ ଅଥୟ-ସମୁଦ୍ରରେ ପହଁରୁଚି । ରାଜନୈତିକ ପାଣିପାଗର ଆକାଶ ୨୪ ଘଂଟା ମେଘମୁକ୍ତ ରହୁନାହିଁ । ସେହିପରି ଅର୍ଥନୈତିକ ବ୍ୟବସ୍ଥାକୁ କରୋନାର ଘଡଘଡି ବିଗତ ଦୁଇ ବର୍ଷ ମଧ୍ୟରେ ଏକ ପ୍ରକାର ସ୍ଥାଣୁ କରିଦେଇଛି । ସାମାଜିକ ବ୍ୟବସ୍ଥା ଓ ସମ୍ପର୍କ ଅତି ବିଚିତ୍ର ଅବସ୍ଥା ଉପନିତ । ମାସ ମାସ ଧରି କ୍ରମାଗତ ଭାବେ ବହୁ ଦେଶ ଲକଡାଉନ ଓ ସଟଡାଉନ ମଧ୍ୟରେ ଥିଲା ବେଳେ ଦେଶର କୃଷି, ବ୍ୟବସାୟ, କର୍ମନିଯୁକ୍ତି ଏବଂ ଅନେକ ଉତ୍ପାଦନଭିତିକ ସରକାରୀ ଓ ବେସରକାରି ସଂସ୍ଥା ସମେତ ଆୟ କରିବାର ପ୍ରମୁଖ କ୍ଷେତ୍ର ଗୁଡିକ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି । ଇତି ମଧ୍ୟରେ ବିଶ୍ୱରେ କରୋନା ମହାମାରୀ ଦ୍ୱାରା କୋଟି କୋଟି ଲୋକ ଆକ୍ରାନ୍ତ ଓ ସଂକ୍ରମିତ ହେବା ସହିତ ଲକ୍ଷାଧିକ ଭାରତୀୟଙ୍କ ସମେତ ପ୍ରାୟତଃ ବିଶ୍ୱର ସବୁଦେଶରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଡାକ୍ତର, ବୈଜ୍ଞାନିକ ଏବଂ ଭେଷଜ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଅନେକ ଦେଶରେ କରୋନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲହର ଆସି ସାରିଲାଣି । ଅନ୍ୟପକ୍ଷରେ ଭାରତରେ ଥିବା ଜର୍ମାନର ରାଷ୍ଟ୍ରଦୁତ କହିବା ଅନୁଯାୟୀ, କରୋନାର ଚତୁର୍ଥ ଲହର ଆସିବା ଆଶଙ୍କା କରାଯାଇପାରେ । ତେବେ ଆମ ଦେଶ ଭାରତରେ ଏଜାବତ୍ ମହାମାରୀର ତୃତୀୟ ଲହର ଆସିନାହିଁ । ଖୁବ୍ ଶିଘ୍ର ଏହା ଆସିବ ବୋଲି କେତେକ ବିଶେଷଜ୍ଞ ମତ ଦେଉଥିଲା ବେଳେ ଏବେ ଏଥିଲାଗି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସରକାର ଅଡୁଆରେ ଅଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ତୃତୀୟ ଲହର ପ୍ରତି ସତର୍କ ରହିବାକୁ ବାରମ୍ବାର ସତର୍କ କରାଇଥିଲେ ହେଁ ସମସ୍ତେ ଏବେ ତୃତୀୟ ଲହର ଅପେକ୍ଷାରେ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, କେତେକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ଶିଶୁମାନଙ୍କୁ ପରବର୍ତୀ ତୃତୀୟ ଓ ଚତୁର୍ଥ ଲହର ଅଧିକ ଅସୁବିଧାରେ ପକାଇବା ଅସମ୍ଭବ ନୁହେଁ । ସେହି ପରିପ୍ରେକ୍ଷୀରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏକାଧିକ ବିଶେଷଜ୍ଞ ମତଦେଇ କହନ୍ତି ଯେ, ଶିଶୁମାନଙ୍କୁ ଟିକାକରଣ ଅପେକ୍ଷା ମିଳିମିଳି ଟିକା ଦିଆଗଲେ ତାହା ଶିଶୁଙ୍କୁ ରକ୍ଷା କରିବାରେ ଓ ରୋଗକୁ ବଢ଼ାଇବାରେ ସାହାର୍ଯ୍ୟ କରିବ । ତେବେ ଏଠାରେ ପ୍ରଶ୍ନଉଠେ, ଟିକାକରଣ ଏବଂ ମହାମାରୀ ଉଭୟ କ୍ଷେତ୍ରରେ ବ୍ୟକ୍ତି ସର୍ବପ୍ରଥମେ ନିଜ ପ୍ରତି ଏବଂ ନିଜର ଦେଶ ତଥା ସାରା ବିଶ୍ୱ ଆଡକୁ ଦୃଷ୍ଟି ଦେବା ସହିତ କରୋନା କିପରି ଶିଶୁ ଓ ବାଳକବାଳିକା ମାନଙ୍କ କ୍ଷେତ୍ରରେ ବିଫଳ ହେବ, ସେଥି ନିମିତ ସବୁସ୍ଥରରେ ଆଧୁନିକ ଯୁଗର ମଣିଷ ସମାଜ ଜରୁରିକାଳିନ ଭିତିରେ ଧ୍ୟାନ ଦେବା ବାଂଛନୀୟ । ତା ହୋଇପାରିଲେ ଓ ଆମର ମାନସିକତା ଯଦି ଏହାକୁ ସୁହାଇଲା, ତେବେ ଆମକୁ କହିବାକୁ ପଡିବ ଯେ, କରୋନା ଯେତେକ ଲହର ଦେଇ ଆସୁ ପଛେ, ଭାରତୀୟ ପରିବାରରେ ରହୁଥିବା ସଦସ୍ୟ ବୃନ୍ଦ ଯଦି ସଂଗଠିତ ଭାବେ ଏହାର ମୁକାବିଲା କରନ୍ତି, ତେବେ ବିଶ୍ୱର କରୋନା ପାଣିପାଗ ଚଳିତ ବର୍ଷ ଏ ଦେଶରେ ମୃତ୍ୟୁ ଓ ସଂକ୍ରମଣ ହାର ଆଉ ବଢ଼ାଇବା ସହଜ ନୁହେଁ । ଯଦି ବୟସ୍କ ଓ ପିଲାମାନଙ୍କୁ ମିଳିମିଳା ଟିକା ଦେଇ କରୋନା ରୋକି ହେବ ତେବେ ଆମ ଦେଶର ତିନି ଭାଗ ବୟସ୍କ, ବୃଦ୍ଧବୃଦ୍ଧା ଓ ଶିଶୁମାନେ ଅଧିକ ଲାଭବାନ ହେବା ସ୍ୱଭାବିକ ।

Leave A Reply

Your email address will not be published.

thirteen − three =