ଅମିତ କଲେଜ ଛାତ୍ରୀଙ୍କ ସର୍ପାଘାତରେ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି । କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ । ସେଠାରେ ଏକ ବିଷାକ୍ତ ସାପ ତାଙ୍କ କାମୁଡ଼ିଥିଲା ଏବଂ ତୁରନ୍ତ ତାଙ୍କୁ ଚିକିତ୍ସାଲାଗି କ୍ୟାପିଟାଲ ହସପିଟାଲରେ ଭର୍ତର୍ି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଅମିତ କଲେଜରେ ଶୋକର ଛାୟା ଖେଳି ଯାଇଛି । ଅପରାହ୍ନରେ ଗୁଗଲ ମିଟରେ ଏକ ଶୋକସଭା ଆୟୋଜନ କରା ଯାଇଥିଲା । ଏଥିରେ ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ଅଧ୍ୟକ୍ଷ ଡଃ ଶରତ ଚନ୍ଦ୍ର ନାୟକ, ଅଧ୍ୟାପକ ଚିନ୍ତନ ବ୍ରହ୍ମା, ରଥୀନ୍ଦ୍ର ମିଶ୍ର, ସୁବ୍ରତ ପତି, ଭି ଆର ରାଜୁ, ସୁଧାଂଶୁ ଶେଖର ଧଡା, ଟିକାୟତ ନାୟକ, ମଧୁସ୍ମିତା ବିଧାର, ଯାଜ୍ଞସେନୀ ପରିଡା, ମମତା ଜେନା, ମମତା ସାହୁ, ରଶ୍ମିତା ନାୟକ, ସରୋଜ ଭୋଇ, ବିବେକାନନ୍ଦ ସେଠୀ, ଦିପ୍ତୀରାଣୀ ନାୟକ, ଶ୍ରୀୟଙ୍କା ସାହୁ, ଡଲଫିନ ପ୍ରଧାନ, ସ୍ମୃତିରଞ୍ଜନ ପଣ୍ଡା, ଗଗନ ଭୋଇ, ଜସ୍ମିନ ନାୟକ, ପୁଷ୍ପାଞ୍ଜଳି ନାୟକ, ରଶ୍ମିତା ସେଠୀ, ସରସ୍ୱତୀ ସେଠୀ ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିବା ସହ ସୁମିତ୍ରାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନିଟ୍ ନିରବ୍ ପ୍ରାର୍ଥନା କରିଥିଲେ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.

seventeen + six =