ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଚେରଲା ପୋଲିସ ଓ ୧୪୧ବାଟାଲିଆନ ର ସିଆରପିଏଫ ଯବାନ ଆଜି ମିଳିତ କୁମିଙ୍ଗ ଅପେରସନ ବାହାରିଥିଲେ!ଏହି ସମୟରେ ବାଟିନାପାଲ୍ଲୀ – ରାମଚନ୍ଦ୍ରପୁରମ୍ ଗ୍ରାମ ମଧ୍ୟରେ ଥିବା ଏକ ଜଙ୍ଗଲ ଅଂଚଳରୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଚାରି ଜଣ ମାଓବାଦୀ ମିଲିସିଆ ସଦସ୍ୟଙ୍କୁ କାବୁ କରିଥିଲେ । ଗିରଫ ଚାରିଜଣ ମିଲିସିଆ ସଦସ୍ୟ ମିଲିସିଆ କମାଣ୍ଡର ଭେଟ୍ଟି ଦେଭାଲୁଙ୍କ ନିର୍ଦ୍ଦେଶରେ ନିଷିଦ୍ଧ ସିପିଆଇ-ମାଓବାଦୀ ଦଳ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଚାର୍ଲା ପୋଲିସ ଷ୍ଟେସନ ଅଧୀନରେ ହୋଇଥିବା ବହୁ ମାଓ ହିଂସାରେ ଏମାନେ ସାମିଲଥିବା ଭଦ୍ରାଚଳମ ଅତିରିକ୍ତ ପୋଲିସ ଅଧିକ୍ଷକ ଡା. ବିନୀତ ସୂଚନା ଦେଇଛନ୍ତି! ଗିରଫ ମାଓବାଦୀ ମାନେ ହେଲେ ଚାର୍ଲା ମଣ୍ଡଳ, ରାମଚନ୍ଦ୍ରପୁରମ୍ ଗାଁର ବାସିନ୍ଦା ଯୋଗେୟା , ଛତିଶଗଡ ରାଜ୍ୟ ସୁକମା ଜିଲ୍ଲାର ପୁଟପାଡୁ ଗାଁର କାଲୁମୁ ସୁରେଶ, ଛତିଶଗଡ ବିଜାପୁର ଜିଲ୍ଲାର ମେଟାଟାଗୁଡା ଗାଁର ବାସିନ୍ଦା କୋଭାବାସି ଚୁକ୍କା; ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଇରାପାଲ୍ଲୀ ଗ୍ରାମ ନିବାସୀ ପୂଜା । ଗିରଫ ମାଓ ମିଳିସିଆ ଙ୍କୁ ଆଜି ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି!