କଳାହାଣ୍ଡିରେ ତରଳ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତପ୍ରସ୍ତର

ଭବାନୀପାଟଣା – କଳାହାଣ୍ଡି ସମେତ ସାରା ରାଜ୍ୟରେ କୋରନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହର ଥମିବାପରେ ସମ୍ଭାବ୍ୟ ତ୍ରୃତୀୟ ଲହର କୁ ନେଇ ସମସ୍ତ ଙ୍କୁ ଚିନ୍ତାଘାରିଛି ।ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଠାରୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି , ସତର୍କତା ସହଯୋଗ ଆମର ମୂଳ ମନ୍ତ୍ର ।ସମ୍ଭାବ୍ୟ ତ୍ରୃତୀୟ ଲହର ମୁକାବିଲା ଲାଗି ସାମାନ୍ୟତମ ଅବହେଳା ନ କରିବାକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ୨୫ ତାରିଖ ଦିନ ଅପରାହ୍ନ ୫.୩୦ ମିନିଟ ସମୟରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ତରଳ ଅକ୍ସିଜାନ ପ୍ଲାଣ୍ଟ ର ଭିତ୍ତପ୍ରସ୍ତର ଅବସରେ ଉପସ୍ଥିତ ଅଧିକାରୀ ଓ ଜିଲ୍ଲା ବାସି ଙ୍କୁ ପରାମର୍ଶ ଦେବା ସହିତ ସରକାର ଓ ଜନସାଧାରଣ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କଲେ ଆମେ କୋରନା ଯୁଦ୍ଧ ରେ ଜିତିପାରିବା ବୋଲି ମତ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେବାକୁ ଥିବା ତରଳ ଅକ୍ସଜାନ (ଏଲ୍ ଏମ୍ ଓ )ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀ ରେ ଅକ୍ସଜାନ ଉତ୍ପାଦନ ବ୍ୟବସ୍ଥାକୁ ଭିଡିଓ କନଫରେନ୍ସ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତପ୍ରସ୍ତର କରିଥିଲେ । ଏହି ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ମନ୍ତୀ ନବ କିଶୋର ଦାସ ,ମୂଖ୍ୟମନ୍ତ୍ରୀ ଙ୍କ ସଚିବ (୫ ଟି )ଭି . କେ . ପାଣ୍ଡିଆନ , ସ୍ୱାସ୍ଥ୍ୟ ବିଭାଗ ଆତିରିକ୍ତ ମୂଖ୍ୟଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ପ୍ରମ୍ମୁଖ ଉପସ୍ଥିତ ଥିଲେ । ସେପରି ଭବାନୀପାଟଣା ର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୃହ ରାଷ୍ଟ୍ର ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ଧର୍ମଗଡ ବିଧାୟକ ମହୌଷଧି ବାଗ ,ଲାଞିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲାପାଳ ଡା . ଗାଭିଲ ପରାଗ ହର୍ଷଦ , ସିଡିଏମଓ ଡା ପ୍ରତାପ କୁମାର ବେହେରା, ଏ ଡି ଏମ୍ ଓ ଡା. ଜଳନ୍ଧର ମେହେର , ଡିପିଏମ୍‌ଓ ଅବନୀ ମହାପତ୍ର , ଡାକ୍ତର ନିହାର ରଂଜନ ପଣ୍ଡା ଏବଂ ଡିପିଆରଓ ମନୋଜ କୁମାର ବେହେରା ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − fourteen =