ଭୁବନେଶ୍ୱର(ଭାଗବତ ତ୍ରିପାଠି): ସମଗ୍ର ପୃଥିବୀକୁ କରୋନ ମହାମାରୀ ୨୦୧୯ କରାୟତ କରି ରଖିଚି । ମାନବ ସମାଜ ଏବେ ଉପାୟ ଶୁନ୍ୟ ।ଏହି ଘଡିସନ୍ଧି ମୁହୂର୍ତ୍ତ ରେ ମାନବ ସମାଜର ଉଦ୍ଧାର କର୍ତ୍ତା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଏବଂ ଅନୁରାଗୀ ମାନେ ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦାଙ୍କ ଇଛାକୁ କାର୍ଯ୍ୟକାରୀ କରି ୱେବ୍ ସତସଙ୍ଗ ମାଧ୍ୟମରେ ଭାରତ ତଥା ବିଦେଶର କୋଟି କୋଟି ଗୁରୁଭାଇ ମାନଙ୍କ ଜୀବନ ବର୍ଦ୍ଧନରେ ସହାୟତା ପ୍ରଦାନ କରିଛନ୍ତି । ଏହା ଏକ ସୁପ୍ତ ଗଣ ଆନ୍ଦୋଳନରେ ପରିଣତ ହୋଇଛି କୋରୋନା ବିପକ୍ଷ ଲଢ଼େଇ କରିବାରେ । ନିୟମିତ ନାମଜପ, ଧ୍ୟାନ, ବାଣୀପାଠ, ଭଜନ, କୀର୍ତ୍ତନ, \”ସ୍ୱାସ୍ଥ୍ୟ ଓ ସଦାଚାର’ ଗ୍ରନ୍ଥ ମାନ ଲୋକ ମାନଙ୍କୁ ଅବଗତ କରାଇ କୋରୋନା ଦାଉରୁ ରକ୍ଷା କରିବାରେ ସହାୟକ ହୋଇଛନ୍ତି ।
ସମାଜର ସେବାରେ ଲକ୍ଷ ଲକ୍ଷ ଡାକ୍ତର, ଗୁରୁଭଇ, ପରିବେଶର ସାହାଯ୍ୟରେ ସତସଙ୍ଗ \”ଉପଯୋଜନା’ କେନ୍ଦ୍ର ମାଧ୍ୟମରେ ପରିବେଶକୁ ରକ୍ଷା କରିବାକୁ ଆଗେଇ ଆସିଛନ୍ତି ଯାହାଦ୍ୱାରା ଜୀବନ ରକ୍ଷାରେ ଏହା ପାଥେୟ ହୋଇ ଉଠିଛି । ସମଗ୍ର ଭାରବର୍ଷର ଜନସଂଖ୍ୟା ୧୪୦ କୋଟି ହେଲେ ମଧ୍ୟ ଏହି ଗୁରୁଭଇ ମାନେ ଉପଯୋଜନା କେନ୍ଦ୍ର ମାଧ୍ୟମରେ ଶିକ୍ଷା, ଦୀକ୍ଷା, ସୁବିବାହ, ପରିବେଶ ଓ ସମାଜ ଗଠନ ଦିଗରେ ନିଶ୍ଚିତ ସହାୟକ ହେବ ।
ସତସଙ୍ଗ ଆଶ୍ରମ ଦେଓଘର କତୃପକ୍ଷ ଏହି କାମକୁ ନିତ୍ୟଦିନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାବରେ ଦିଗଦର୍ଶନ ଦେଉଛନ୍ତି । ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦାଙ୍କ ଇଛାକୁ ପୁରାଣ ପାଇଁ ୩ କୋଟି ୫୦ ଲକ୍ଷ ସତ୍-ଦୀକ୍ଷା ପ୍ରଦାନ କରି କିପରି ଲୋକମାନେ ପ୍ରତି ଘରେ ଘରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀମନ୍ଦିର ମାନ ଗଢି ଉଠିବ, ପ୍ରତ୍ୟେକେ ବଞ୍ଚିବାର ରାସ୍ତା ପାଇବେ ଏହି ଦିଗରେ ଆଜି ସତସଙ୍ଗର ପ୍ରତେକ ଗୁରୁଭ୍ରାତା, କର୍ମୀ ଚେଷ୍ଟିତ । ଏହା ସୁନିଶ୍ଚିତ ମାନବ ସମାଜର ଜୀବନ ବର୍ଦ୍ଧନରେ କଲ୍ୟାଣକାରୀ ପଥ ପ୍ରଦର୍ଶକ ହେବ ।