ଜମ୍ମୁସ୍ଥିତ ବାୟୁସେନା ବିମାନବନ୍ଦରରେ ବିିସ୍ଫୋରଣ

ଜମ୍ମୁ: ଜାମ୍ମୁ ସ୍ଥିତ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଆଜି ଭୋର ସମୟରେ ଦୁଇଟି ବିସ୍ଫୋରଣ ଘଟିଛି । ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି । ଡ୍ରୋନ ସହାୟତାରେ ଏହି ବିସ୍ଫୋରଣ ଘଟାଯାଇଥିବା ଜଣାପଡିଛି । ଏହା ପଛରେ ପାକିସ୍ଥାନି ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ଆଶଙ୍କା କରାଯାଉଛି । ତେବେ ଘଟଣାର ତଦନ୍ତ ପାଇଁ ଏନଆଇଏ ଯାଇଥିବା ବେଳେ ବୋମା ନିଷ୍କ୍ରିୟକାରୀ ଏବଂ ଫୋରେନ୍‌ସିକ୍ ଟିମ୍ ଘଟଣାସ୍ଥଳ ତଦନ୍ତ ଜାରି ରଖିଛନ୍ତି ।
ଅନ୍ୟସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ରାତି ପ୍ରାୟ ୧:୫୦ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ ସାମାନ୍ୟ ଭାଙ୍ଗିଯାଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣଟି ଖୋଲା ଜାଗାରେ ଘଟିଛି ।
ବିସ୍ଫୋରଣ କାରଣୁ କୌଣସି ଯନ୍ତ୍ରପାତି କିଂବା ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇନାହିଁ ବୋଲି ବାୟୁସେନା ସୁତ୍ରରୁ ଜଣାଯାଇଛି ।
ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ରହିଛି । ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ । କ୍ଷଣିକ ମଧ୍ୟରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ପକାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି ।

Leave A Reply

Your email address will not be published.

five × 1 =