୫୦ରେ ପହଞ୍ଚିଲା ଡେଲ୍ଟା ପ୍ଲସ ଭାରିଏଣ୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନେ କମିଲେ ଦିନେ ବଢ଼ୁଛି । ଆଜି ପୁଣି ଉପର ମୁହାଁ ହୋଇଛି କରୋନ ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡାକ୍ତର ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଦେଶରେ ଆଉ ୪ଟି ଡେଲ୍ଟା ପ୍ଲସ ଭାରିଏଣ୍ଟର ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ମାମଲା ସଂଖ୍ୟା ୫୦ରୁ ଅଧିକରେ ପହଞ୍ଚିଛି ।
ପଞ୍ଜାବର ରାଜଧାନୀ ଚଣ୍ଡିଗଡରୁ ଡେଲ୍ଟା ପ୍ଲସ ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏହାସହ ପଞ୍ଜାବରୁ ୨ଟି ଏବଂ ହରିୟାଣାରୁ ଗୋଟିଏ ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ନେଇ ସେଠାକାର ସରକାରଙ୍କ ଚିନ୍ତା ବଢ଼ିଛି । ଅନ୍ୟପଟେ ଏହା ପୂର୍ବରୁ ଗୁଜରାଟରେ ଡେଲ୍ଟା ଭାରିଏଣ୍ଟର ମଧ୍ୟ ପୃଷ୍ଟି ହୋଇଛି । ସେଠାକାର ଭଦୋଦରା ଏବଂ ସୁରଟରୁ ଦୁଇଟି କେସ୍ ସାମ୍ନାକୁ ଆସିଛି । ଜଣେ ପୁରୁଷ ଓ ଜଣେ ମହିଳା ଏହି ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଗୁଜରାଟ ସରକାର ଅଲର୍ଟ ହୋଇଯାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ସର୍ଭେଲାନ୍ସ ଆରମ୍ଭ ହୋଇଛି ।

Leave A Reply

Your email address will not be published.

17 − fifteen =