ବାୟୁସେନା ଷ୍ଟେସନ ଉପରେ ପୁଣି ଉଡ଼ିଲା ପାକିସ୍ଥାନୀ ଡ୍ରୋନ

ଜମ୍ମୁ: ପୁଣିଥରେ ସୁରକ୍ଷାକର୍ମୀଙ୍କ ବେସ ଉପରେ ଡ୍ରୋନ ଆକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ଆଜି ଜମ୍ମୁର କାଲୁଛକ ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ଡ୍ରୋନ୍ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି । ଏହି ଡ୍ରୋନ ଦୁଇଟିକୁ ଦେଖିବା କ୍ଷଣି ସୁରକ୍ଷାକର୍ମୀମାନେ ପ୍ରବଳ ଗୁଳିମାଡ଼ କରିଛନ୍ତି ।
ସୂଚନା ଅନୁସାରେ, ଆଜି ଭୋର ୩ଟାରେ ସେନା ବେସ୍ ପରିସରରେ ଏହି ଦୁଇଟି ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ୨୦ରୁ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନ ଦୁଇଟି ଯାକ ଅନ୍ଧାରର ଫାଇଦା ନେଇ ଖସି ଯାଇଥିଲେ । ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଏୟାରବେସ୍‌ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସେହିପରି ବାୟୁସେନା ଓ ସ୍ଥଳ ସେନାର ଯବାନମାନଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।
ଟିକାକରଣରେ ଭାରତର ରେକର୍ଡ, ଆମେରିକାକୁ ପଛରେ ପକାଇଲା
ରବିବାର ଭୋର ସମୟରେ ସମାନ ଧରଣର ଡ୍ରୋନ ଆକ୍ରମଣ ଜମ୍ମୁରେ ଥିବା ବାୟୁସେନା ଏୟାରେବସ୍‌ରେ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଦୁଇ ଜଣ ଯବାନ ଆହତ ହୋଇଥିଲେ । ଭାରତୀୟ ଏୟାରବେସ୍ ଉପରେ ଏପରି ଡ୍ରୋନ ଆକ୍ରମଣ ପ୍ରଥମ ଘଟଣା ।
ଏହାକୁ ଗୁରୁତ୍ୱର ସହ ନେଇ ଏନଆଇଏ ତଦନ୍ତ ଆରମ୍ଭ କରିଛି । ଡ୍ରୋନ ଦ୍ୱାରା ଦୁଇଟି ଆକ୍ରମଣ କରାଯାଇଥିଲା । ଗୋଟିଏ ବିସ୍ଫୋରଣ ଏୟାରବେସ୍‌ର ଟେକ୍ନିକାଲ ଅଞ୍ଚଳରେ କରାଯାଇଥିବା ବେଳେ ଆଉ ଗୋଟିଏ ବିସ୍ଫୋରଣ ଖୋଲା ସ୍ଥାନରେ ହୋଇଥିଲା । ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଛାତରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି । ବର୍ତ୍ତମାନ ଏନଆଇଏ ସହ ଜମ୍ମୁ-କଶ୍ମୀର ପୁଲିସ୍ ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ।

Leave A Reply

Your email address will not be published.

15 − 9 =