ରାଜ୍ୟରେ ଥମୁନି ମୃତ୍ୟୁ : ସଂକ୍ରମଣ ୩ହଜାର ଉପରେ ସ୍ଥିର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକମଣରେ ମୃତ୍ୟୁ ସଂଖ୍ୟା ଥମୁନଥିବା ବେଳେ ଦୈନିକ ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି । ଆଜି ଦିନକରେ ୪୩ଜଣଙ୍କ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୩୧୯ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ ରହିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳରୁ ୫ଜଣ ଅଛନ୍ତି । ଏଥିସହିତ ବରଗଡରୁ ୫, ନୟାଗଡ ୫, ପୁରୀ ୫, ସୁନ୍ଦରଗଡ ୪, ଭଦ୍ରକ ୩, କଟକ ୩ ଓ ଗଞ୍ଜାମରେ ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିଭଳି ଢେଙ୍କାନାଳ ଜିଲାରେ ୨, ବାଲେଶ୍ୱର ଓ କେନ୍ଦୁଝର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୨୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ସର୍ବାଧିକ ୫୬୬ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୬ଜଣ, ବାଲେଶ୍ୱରରୁ ୩୯୭ଜଣ, ବରଗଡ଼ରୁ ୪୭ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୫୬୬ଜଣ, ଦେବଗଡ଼ରୁ ୪ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୦ ଜଣ, ଯାଜପୁରରୁ ୧୯୪ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୩୧ ଜଣ, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେଉଁଝରରୁ ୬୫ଜଣ, ଖୋର୍ଦ୍ଧାରୁ ୪୪୦ ଜଣ, କୋରାପୁଟରୁ ୫୯ ଜଣ, ମାଲକାନଗିରିରୁ ୭୧ଜଣ, ମୟୁରଭଞ୍ଜରୁ ୧୯୯ଜଣ, ନବରଙ୍ଗପୁରରୁ ୩୯ ଜଣ, ନୟାଗଡ଼ରୁ ୧୧୧ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୭୫ଜଣ, ରାୟଗଡ଼ାରୁ ୪୩ଜଣ, ସମ୍ୱଲପୁରରୁ ୨୯ଜଣ, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଓ ଷ୍ଟେଟ ପୁଲରୁ ୯୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୦୩ ,୭୮୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮,୬୭,୪୦୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୨, ୪୦୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

18 + fifteen =