୮ଟି ଜିଲ୍ଲାରେ ଲାଗୁ ହେଲା ଗହଣାରେ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ରାଜ୍ୟର ୮ଟି ଜିଲ୍ଳାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ ୧୪,୧୮ ଏବଂ ୨୨ କ୍ୟାରେଟଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିଭଳି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲମାର୍କିଂ ପାଇଁ ଅନୁମତି ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି । ଶୁଦ୍ଧତାର ଗ୍ୟାରେଂଟି ଦେଉଥିବା ହଲମାର୍କିଂକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ପର୍ଯ୍ୟାୟ କ୍ରମେ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ ୧୬ ତାରିଖରୁ କେନ୍ଦ୍ର ସରକାର ସୁନା ଅଳଙ୍କାରରେ ହଲ୍‌ମାର୍କକୁ ବାଧ୍ୟତାମୂଳକ କରି ସାରିଛନ୍ତି । ଏହି ନିୟମ ଭିତରେ କିନ୍ତୁ ଛୋଟିଆ ଦୋକାନୀ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ । ପ୍ରଥମ ପର୍ଯ୍ୟାୟରେ ପୂର୍ବରୁ ହଲ୍‌ମାର୍କ ସେଂଟର ଥିବା ଦେଶର ୨୫୬ ଜିଲ୍ଲାରେ ଏହି ନିୟମକୁ ଅନିର୍ବାର୍ଯର୍୍ୟ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ପୁରୁଣା ଗହଣାରେ ହଲମାର୍କ ଲଗାଇବାକୁ ସମୟ ଦେଇଛନ୍ତି ସରକାର । ଅର୍ଥାତ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସରକାର । ଏହା ଭିତରେ କୌଣସି ବ୍ୟବସାୟୀ ଜୋରିମାନା ଦେବେ ନାହିଁ । ସମସ୍ତ ବ୍ୟବସାୟୀ କେବଳ ୱାନ ଟାଇମ୍ ପଞ୍ଜିକରଣ କରିବେ । ବାର୍ଷିକ ନବୀକରଣର ଆବଶ୍ୟକତା ନାହିଁ । ଏହା ବ୍ୟତୀତ ଅଳଙ୍କାର ଯୁକ୍ତ ଘଂଟା ଏବଂ ଛୋଟ ଛୋଟ ଜିନିଷ ହଲ୍‌ମାର୍କ ବାହାରେ ରହିବେ । ସେହିପରି ୪୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ଗହଣା ଦୋକାନ ହଲ୍‌ମାର୍କିଂ ନିୟମ ବାହାରେ ରହିବେ । ଅର୍ଥାତ ସରକାର ଛୋଟ ଛୋଟ ଅଳଙ୍କାର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଅଗଷ୍ଟ ଶେଷ ପର୍ଯ୍ୟନ୍ତ, ହଲ୍‌ମାର୍କିଂର ପିୟମ ପାଳନ ନକଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏହା ସହିତ ୧୪,୧୮,୨୨ ବ୍ୟତୀତ ସରକାର ୨୦,୨୩,୨୪ କ୍ୟାରେଟ୍ ଅଳଙ୍କାରର ହଲ୍‌ମାର୍କିଂକୁ ମଧ୍ୟ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.

18 + twelve =