ପଂଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍‌

ଯାଜପୁର : ପଂଚାୟତ କାର୍ଯ୍ୟାଳୟରୁ ଚୋରି । କାର୍ଯ୍ୟାଳୟ ତାଲା ଭାଙ୍ଗି ନଗଦ ଟଙ୍କା, ସରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁବୁର୍ତତ । ଅଭିଯୋଗ ପରେ ପୁଲିସ୍ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ବିରିପଟା ପଂଚାୟତ କାର୍ଯ୍ୟାଳୟରେ । ଅଭିଯୋଗ ମୁତାବକ ଚଳିତ ମାସ ୨୬ ତାରିଖ ଦିନ ପଂଚାୟତର ସରପଂଚ ମନୋରଞ୍ଜନ ଦାସ ଓ ପିଇଓ ବିରେନ୍ଦ୍ର କୁମାର ମଲ୍ଲିକ ପଂଚାୟତ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟସରିବା ପରେ ସନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଘରକୁ ଫେରିଥିଲେ । ପରଦିନ ଅର୍ଥାତ୍ ୨୭ ତାରିଖ ରବିବାର ଦିନ ୯ଘଟିକା ସମୟରେ ପଂଚାୟତର ପିଇଓ ବିରେନ୍ଦ୍ର ମଲ୍ଲିକ ପଂଚାୟତ କାର୍ଯ୍ୟାଳୟକୁ ଆସି ଦେଖନ୍ତି ତ କେହି ଦୁର୍ବୁତ ପଂଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଭଙ୍ଗିଦେବା ସହ କାର୍ଯ୍ୟାଳୟ ପରିସରରେ ଥିବା ମୋଟ ୫ଟି କୋଠରିର ତାଲା ଭାଙ୍ଗି କୋଠରି ଭିତରେ ଥିବା ଇନ୍‌ଭଟର ମେସିନ୍‌, ବ୍ୟାଟେରୀ, ଲ୍ୟାପଟପ୍‌, ଷ୍ଟାଣ୍ଡ ଫ୍ୟାନ, ଗ୍ରାଇଣ୍ଡର ସମତେ ବିଭିନ୍ନ ଦରକାରୀ କାଗଜପତ୍ରକୁ ଲୁଟ୍ କରିନେଇଛି । ଏପରିକି କାର୍ଯ୍ୟାଳୟରେ ଥିବା ଗୋଦ୍ରେଜ ଆଲ୍‌ମିରା ଭାଙ୍ଗି ଆଲ୍‌ମିରା ଭିତରେ ଥିବା ନଗଦ୍ ୧୮୦୦୦/- ଟଙ୍କା, ପଂଚାୟତ କ୍ୟାସବୁକ୍ ରେଜିଷ୍ଟରକୁ ମଧ୍ୟ ନେଇଯାଇଥିଲେ । ଘଟଣା ସମ୍ପର୍କରେ ପିଇଓ ଶ୍ରୀ ମଲ୍ଲିକ ସରପଂଚଞ୍ଚ ମନୋରଞ୍ଜନ ଦାସଙ୍କୁ ଅବଗତ କରିବା ପରେ ଉଭୟ ସରପଂଚଞ୍ଚ ଶ୍ରୀ ଦାସ ଓ ପିଇଓ ଶ୍ରୀ ମଲ୍ଲିକ ମଙ୍ଗଳପୁର ଥାନାରେ ଚୋରି ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ମଙ୍ଗଳପୁର ଥାନା ଏସ୍‌ଆଇ ହରିସ୍ ସିଂ ପଂଚାୟତ କାର୍ଯ୍ୟାଳୟରେ ପହଂଚି ଘଟଣାର ତଦନ୍ତ ଜାରିରଖିଲେ ମଧ୍ୟ ଚୋରି ଘଟଣାର କୌଣସି ଟେର ମିଳିନଥିବା ଜଣାଯାଇଛି ।

Leave A Reply

Your email address will not be published.

three + 18 =