ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି । 
 ଆଜି ଏଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା ଘୋଷଣା କରି କହିଛନ୍ତି ଯେ,  ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରିଛନ୍ତି । ୫% ତଳେ ସଂକ୍ରମଣ ହାର କମ୍ ଥିବା ରାଜ୍ୟର ୨୦ଟି ଜିଲ୍ଲାକୁ କାଟାଗୋରୀ -ଏ ଏବଂ ୫ରୁ ୧୦% ମଧ୍ୟରେ ସଂକ୍ରମଣ ହାର ଥିବା ୧୦ଟି ଜିଲ୍ଲାକୁ କାଟାଗୋରୀ-ବି ଭାବେ ଅନ୍ତଭୁକ୍ତ କରିଛନ୍ତି । କାଟାଗୋରୀ -ଏରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ତଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନ୍ଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ପୂର୍ବରୁ ସଂକ୍ରମଣ ହାର ୫% ତଳେ ଥିବାରୁ କଟକଣା କୋହଳ କରାଯାଇଥିଲା । ଏବେ ଅନୁଗୁଳ , ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ସଂକ୍ରମଣ ହାର ୫% ତଳକୁ ହ୍ରାସ ପାଇଥିବାରୁ ଏ-କାଟାଗୋରୀ ଜିଲ୍ଲାଭୁକ୍ତ କରାଯାଇଛି । ସେହିପରି  ଉପକୂଳ ଓଡିଶା ତଥା ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ୫ରୁ ୧୦% ମଧ୍ୟରେ ରହିଥିବାରୁ କାଟାଗୋରୀ-ବି ଭୁକ୍ତ କରାଯିବା ସହ ଅଧିକ କଟକଣା ଲାଗୁ କରାଯାଇଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ପଜିଟିଭ୍ ହାର ଏବଂ  ସକ୍ରିୟ ଆକ୍ରାନ୍ତ ସଂଖ୍ୟାକୁ ନେଇ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ନିଷ୍ପତି ନିଆଯାଇଛି । 
କାଟାଗୋରର-ଏ ୨୦ ଜିଲ୍ଲା                                           
 *    ସକାଳ ୬ରୁ ସନ୍ଧ୍ୟା୬  ଦୋକାନ ଖୋଲା
 *    ସପ୍ତାହିକ ଓ ଦୈନିକ ହାଟ ଖୋଲିବ
 *    ଆନ୍ତଃଜିଲ୍ଲା ବସ୍ ଚଳାଚଳକୁ ଅନୁମତି
 *    ଖୋଲିବ ସେଲୁନ୍, ଗଡିବ ଟ୍ୟାକ୍ସି
 *    ଫିଲ୍ମ ସୁଟିଂକୁ ଅନୁମତି
 *    ସପ୍ତାହନ୍ତ ସଟ୍ଡାଉନ୍ ପ୍ରତ୍ୟାହୃତ 
 *    ରାତ୍ରି କଫ୍ୟୁ ବଳବତର
 *    ଶିକ୍ଷାନୁଷ୍ଠାନ ବନ୍ଦ, ଧାର୍ମିକ ଉତ୍ସବ ମନା
 *    ରାଜନୈତିକ ସଭାସମିତି ନିଷିଦ୍ଧ
 କାଟାଗୋରୀ-ବି ୧୦ ଜିଲ୍ଲା 
 *    ସକାଳ ୬ରୁ ଦିନ ୨ ଦୋକାନ ଖୋଲା
 *    ଖୋଲିବ ସବୁ ଦୋକାନ
 *    ସାପ୍ତାହିକ,  ଦୈନିକହାଟକୁ ମନା
 *    ଗଡିବ ନାହିଁ ବସ୍, ଚାଲିବ ଅଟୋ
 *    ମଲ୍, ସ୍ପା ଓ ବିୟୁଟିପାର୍ଲର ବନ୍ଦ
 *    ଖୋଲିବନି ଶିକ୍ଷାନୁଷ୍ଠାନ, ଧାର୍ମିକ ଉତ୍ସବ ମନା
 *    ରାଜନୈତିକ ସଭାସମିତି ନିଷିଦ୍ଧ
 *    ସାମାଜିକ ଉତ୍ସବ କଟକଣା ବଳବତର
 *    ସାପ୍ତାହିକ ସଟ୍ଡାଉନ୍ ବଳବତର 
 ଶ୍ରୀ ମହାପାତ୍ର କହିଛନ୍ତି ଯେ, କାଟାଗୋରୀ-ଏ ଭୁକ୍ତ ୨୦ଟି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । କେବଳ ମଲ୍, ସ୍ପା ଓ ବିୟୁଟିପାର୍ଲର ବନ୍ଦ ରହିବ । ସେହିପରି ଏହି ଜିଲ୍ଲାଗୁଡିକରେ ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲା ରହିବ । କିନ୍ତୁ କରୋନା କଟକଣା ଅନୁଯାୟୀ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲା ଗୁଡିକ ଭିତରେ ଆନ୍ଥଃ ଜିଲ୍ଲା ବସ୍ ଚଳାଚଳକୁ ଅନୁମ୍ତି ଦିଆଯାଇଛି । ବସ୍ର ଚଳାଚଳ ଅନୁଯାୟୀ  ବସ୍ ଚଳାଚଳ କରିବ । ସେଲୁ୍ନ୍  ମଧ୍ୟ ଖୋଲା ରହିବ । ସେହିପରି ଏହି ଜିଲ୍ଳା ଗୁଡିକରେ ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି । ତେବେ ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତା ସଟଡାଉନ୍ ଉଠାଇଦିଆଯାଇଛି । କିନ୍ତୁ ସନ୍ଧ୍ୟା ୬ରୁ ସକାଳ  ୬ଟା ପର୍ଯ୍ୟନ୍ତ ରାତ୍ରିକାଳିନ କଫ୍ୟୁ ବଳବତର ରହିବ । 
 ଶ୍ରୀ ଆହୁରି କହିଛନ୍ତି ଯେ, କାଟାଗୋରୀ -ବି ଭୁକ୍ତ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କରୋନା କଟକଣା ଭିତରେ ସମସ୍ତ ଦୋକାନ  ଖୋଲିବ । ମାତ୍ର ମଲ୍, ସ୍ପା ଓ ବିୟୁଟିପାର୍ଲର ବନ୍ଦ ରହିବ । ରାସ୍ତାକଡରେ ଚା’ ଦୋକାନ ଓ ଛୋଟ ଛୋଟ ସେଲୁନ୍ ଖୋଲିବ ଓ ଦୈନିକ ହାଟ ବନ୍ଦ ରହିବ । ଚା’ ଦୋକାନରେ କେହି ଛିଡା ହୋଇ  କେହି ଚା’ ପଇପାରିବେ ନାହିଁ । ବସ୍ ଚଳାଚଳ ପୂର୍ବପରି ବନ୍ଦ ରହିବ । ତେବେ ଅଟୋରେ ମାତ୍ର ୨ଜଣ ଯାତ୍ରୀଙ୍କୁ ନେଇ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଆଉଟ୍ଡୋର ସୁଟିଂକୁ ଅନୁମତି ଦିଆଯାଇଥିବା ବେଳେ ଇନ୍ଡୋର ସୁଟିଂକୁ ଅନୁମତ୍ି ଦିଆଯାଇନାହିଁ । ତେବେ ବଡ ବଡ ଦୋକାନ ଭିତରେ କିଭଳି କମ୍ ଗ୍ରାହକ ରହିବ ଏବଂ ବାହାରେ ଧାଡିରେ ଗ୍ରାହକମାନେ ରହିବେ ତାହା ଦୋକାନୀଙ୍କ ଦାୟିତ୍ୱ । ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମକୁ କର୍ଡା ନିର୍ଦ୍ଦେଶ ଦିଆଯାଇଛି ।  କାଟାଗୋରୀ-ବି ଭୁକ୍ତ ଅଞ୍ଚଳରେ ପୂର୍ବଭଳି ସପ୍ତାହନ୍ତ ସଟ୍ଡାଉନ୍ ବଳବତର ରହିବ । 
 ଏହା ବ୍ୟତୀତ ସମସ୍ତ ସ୍କୁଲ, କଲେଜ୍, କୋଚିଂ ସେଂଟର, ସିନେମା ହଲ୍ ଆଦି ବନ୍ଦ ରହିବ ।  ଧର୍ମାନୁଷ୍ଠାନ ଗ୍ୁଡିକରେ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ନୀତିକାନ୍ତି ପୂର୍ବଭଳି ଚାଲୁରହିବ । ବିବାହ, ବ୍ରତ ଓ ସୁଦ୍ଧ ଘର ପାଇଁ ପୂର୍ବରୁ ଜାରୀ ଥିବା କଟକଣା ବଳବତ ରହିବ ।