ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଦୈନଦିନ ସଂକ୍ରମଣ ପୁଣି ୩ହଜାର ଉପରକୁ ଉଠିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ଅତିକ୍ରମ କରିଛି । ଆଜି ଗୋଟିଏ ଦିନରେ ୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦୧୮କୁ ବୃଦ୍ଧିପାଇଛି ।
୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କଟକରୁ ୫ ଓ ନୟାଗଡରୁ ୫ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ସେହଭଳି ବରଗଡ, ବଉଦ ଏବଂ ଢେଙ୍କାନାଳ ଜିଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ ଆଜି ଦିନକରେ ୩୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୨୫୮ ଜଣ, ବରଗଡ଼ରୁ ୩୫ ଜଣ, ଭଦ୍ରକରୁ ୧୭୬ ଜଣ, ବଲାଙ୍ଗୀରରୁ ୧୨ ଜଣ, ବୌଦ୍ଧରୁ ୧୯ ଜଣ, କଟକରୁ ୪୬୮ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫୮ ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୩୫ ଜଣ, ଯାଜପୁରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୨୧୯ ଜଣ, କେନ୍ଦୁଝରରୁ ୭୦ ଜଣ, କୋରାପୁଟରୁ ୫୨ ଜଣ, ମାଲକାନଗିରିରୁ ୮୦ ଜଣ, ମୟୁରଭଞ୍ଜରୁ ୨୨୨ ଜଣ, ନବରଙ୍ଗପୁରରୁ ୩୪ ଜଣ, ନୟାଗଡ଼ରୁ ୧୩୫ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୯୩ ଜଣ, ରାୟଗଡ଼ାରୁ ୫୯ ଜଣ, ସମ୍ୱଲପୁରରୁ ୨୮ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ ପୁଲରୁ ୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୯୦୯୮୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୭୪୩୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୧୪୨୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୩୫୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।