ଆଜି ପହଞ୍ଚିବ ୧୦ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ଯୋଗୁଁ ୧୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ ଆଜି ୧ଲକ୍ଷ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା ବେଳେ ଆସନ୍ତାକାଲି ସୁଦ୍ଧା ୧୦ଲକ୍ଷ ଡୋଜ୍ ଟିକା ରାଜ୍ୟରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ ସେରମ୍ ଇନଷ୍ଟିଟ୍ୟୁଟ ୮ଲକ୍ଷ ଡୋଜ୍ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ୨ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ଅନ୍ତଭୁକ୍ତ ରହିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ପୁଣି ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଟିକା ପହଞ୍ଚି ନ ଥିବାରୁ ଆଜି ରାଜ୍ୟର ମାତ୍ର ୧୧୪ ଟି ସ୍ଥାନରେ ଟିକାକରଣ ହେଉଛି । ଏହା ଭିତରୁ ୭୨ ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ଅବଶିଷ୍ଟ ୪୨ଟି ସେସନ ରାଜ୍ୟର ଅନ୍ୟ ଜିଲ୍ଲାରେ ଚାଲୁଛି । ଟିକା ଅଭାବରୁ ୧୬ଟି ଜିଲ୍ଲାରେ ଆଜି ଟୀକାକରଣ କାର୍ଯ୍ୟ ବନ୍ଦ ରହିଛି ।ଟିକାଦାନ ପ୍ରକ୍ରିୟାକୁ ଜୋରଦାର କରିବାକୁ ଓ ଏହି ଅଭିଯାନରେ ସାମିଲ ହେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଆହ୍ୱାନ ଦେଉଛନ୍ତି । ହେଲେ ଆବଶ୍ୟକ ମୁତାବକ ମିଳିପାରୁନ ଟିକା । ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟୀକାକରଣ ହୋଇପାରୁନାହିଁ ।ରାଜ୍ୟରେ ବର୍ତ୍ତମାନ ୧୯ ହଜାର କୋଭିସିଲଡ଼ ଟୀକା ଓ ୩ଲକ୍ଷ ଉପରେ କୋଭାସ୍କିନ ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କୁ ଆମେ ୬ ଲକ୍ଷ ଟିକା ମାଗିଥିଲୁ । ଆଜି ୧ ଲକ୍ଷ କୋଭିସିଲିଡ଼ ଟୀକା ପହଞ୍ଚିବ ବୋଲି ମେସେଜ ଆସିବ ଯାହାକି ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ । ତୃତୀୟ ଲହର ପୂର୍ବରୁ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ । ଏହାକୁ ଆଖି ଆଗରେ ରଖି ପ୍ରତିଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ କରିଛୁ । ମାତ୍ର ପର୍ଯ୍ୟାପ୍ତ ଟିକା ମିଳିପାରୁ ନ ଥିବାରୁ ତାହା ବାଧାପ୍ରାପ୍ତ ହେଉଛି । ପ୍ରତିଦିନ ୩ ଲକ୍ଷ ହିସାବରେ ଟିକା ଦେଲେ ଶନିବାର, ରବିବାର ଛାଡ଼ି ଆମେ ମାସକୁ ୭୫ ଲକ୍ଷ ଟିକେ ଦେଇପାରିବୁ । ଫଳରେ ୪-୫ ମାସରେ ଟିକାକରଣ ସାରିପାରିବୁ । ହେଲେ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଟିକା ପଠାଉ ନ ଥିବାରୁ ତାହା ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।

Leave A Reply

Your email address will not be published.

five × two =