୭୦% ସିଲାବସ୍‌ରୁ ହେବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍ ମୁଲ୍ୟାୟନ୍‌ରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଜୁଇାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବା କୁ ଉଚ୍ଚମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବେଳେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସ୍‌ରୁ ଅଫ୍ ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସେ କହିଛନ୍ତି, ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ । ଅସନ୍ତୁଷ୍ଟ ଛାତ୍ରଛାତୀମାନେ ଜୁଲାଇ ୫ ତାରିଖରୁ ଫର୍ମଫିଲପ୍ କରିପାରିବେ ଏବଂ ଏହା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ । ଯୁକ୍ତ ଦୁଇରେ ନାମଲେଖା ପାଇଁ ସେହି ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ ।
ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି’ ଛାଡ଼ କରାଯାଇଛି । ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା । ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ । ମୋଟ ୫, ୭୪,୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା । ସେଥିରୁ ୫,୬୨, ୦୧୦ ଜଣ ପାସ୍ କରିଥିଲେ । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ସେଥିରୁ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ । ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କେତେକ ଛାତ୍ରଛାତ୍ରୀଙ୍କର ଆଶାଠାରୁ କମ୍ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସମଗ୍ର ରାଜ୍ୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । କିଛି ସ୍ଥାନରେ ଛାତ୍ରଛାତ୍ରୀ ସ୍କୁଲ୍‌ରେ ତାଲା ପକାଇ ଦେଇଥିବା ବେଳେ ଆଉ କେଉଁଠି ରାସ୍ତାରେ ଧାରଣା ଦେଇଥିଲେ । ଏମିତିକି କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ସମ୍ମୁଖରେ ମଧ୍ୟ ଅଭିଭାବକମାନେ ଧାରଣା ଦେଇଥିଲେ । ତେବେ ସାମ୍ବାଦିକ ସମ୍ମିଳନୀ କରି ବୋର୍ଡ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ।

Leave A Reply

Your email address will not be published.

8 + five =