ଏମ୍ସରେ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏକମୋ ମେସିନ୍

ଭୁବନେଶ୍ୱର: ଏମ୍ସରେ ସ୍ଥାପନ ପାଇଁ ପ୍ରଥମ ଏକମୋ ମେସିନ୍ ଆସି ପହଞ୍ଚିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମେସିନ୍ ଆସିବା ଦ୍ୱାରା ଓଡ଼ିଶାରୁ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱର ଏମ୍‌ସରେ ଏକମୋ ମେସିନ କାର୍ଯ୍ୟକ୍ଷମ ହେବ । ଜୁନ ୨୯ରେ ପହଞ୍ଚିଥିବା ଏକମୋ ମେସିନ ସ୍ଥାପନ କାର୍ଯ୍ୟ ଚାଲିଛି । ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେସିନ ଆସିବ ବୋଲି ଅଧିକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । ପ୍ରଶିକ୍ଷଣ ନେଇଥିବା ଡାକ୍ତରୀ ଟିମରେ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ, ଡାକ୍ତର କ୍ରିଷ୍ଣା ଓ ଡାକ୍ତର ସତ୍ୟଜିତ୍ ମିଶ୍ର ଅଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନାହିଁ । ଖୁବ୍ ଶୀଘ୍ର ଏହି ତାଲିମ ଶେଷ ହେବ । ତେବେ ଅସନ୍ତା ୧୫ ତାରିଖ ସୁଦ୍ଧା ଏହି ଏକମୋ ମେସିନ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି । ତେବେ ଆସନ୍ତା ତିନିମାସରେ ଇ-ଟେଣ୍ଡରରେ ଆଉ ଏକ ଏକମୋ ମେସିନ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

five − five =