ଦେଶରେ ୮୬% କମିଲାଣି କରୋନା, ଟଳିନି ବିପଦ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଛି । ଦ୍ୱିତୀୟ ଲହର ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରେ ଇତି ମଧ୍ୟରେ ସଂକ୍ରମଣ ପ୍ରାୟ ୮୬% ହ୍ରାସ ପାଇଲାଣି । କିନ୍ତୁ ଏବେ ବି ବିପଦ ଟଳିନି । ଲୋକମାନେ କେବେ ହେଲେ ବେରୁଆ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ନିୟମିତ କ୍ଲିନିକାଲ୍ ମ୍ୟାନେଜମେଂଟ ଉପରେ ଫୋକସ୍ କରାଯାଉଛି । ମେ’ ୩ରେ ଦେଶରେ ଆରୋଗ୍ୟ ହାର ୮୧.୧% ରହିଥିବା ବେଳେ ଏହା ୯୭% ରେ ପହଞ୍ଚି ଗଲାଣି ।
ଜୁନ୍ ୨୩ରୁ ଜୁନ୍ ୨୯ ମଧ୍ୟରେ ଦେଶରେ ୭୧ଟି ଜିଲ୍ଲାରେ କୋଭିଡ୍ ପଜିଟିଭ୍‌ଟି ରେଟ୍ ୧୦% ଉପରେ ରହିଛି । ଜୁନ୍ ୩୦ ସୁଦ୍ଧା ୧୨ଟି ରାଜ୍ୟରୁ ୫୬ଟି ଡେଲ୍ଟା ପ୍ଲସ କେସ୍ ସାମ୍ନାକୁ ଆସିଛି । ସେ ଟିକାକରଣ ଓ କୋଭିହ୍ ପ୍ରୋଟକଲ୍ ମାନିବାକୁ ଗୁରୁତ୍ୱ ଦେବା ସହ ଦ୍ୱିତୀୟ ଲହରର ବିପଦ ଏଯାଏ ଟଳି ନଥିବା କହିଛନ୍ତି ।
ଦେଶରେ ଚାଲିଥିବା ଟିକାକରଣ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଜୁନ୍ ୨୧ରୁ ଦୈନିକ ହାରାହାରି ୫୦ଲକ୍ଷ ଡୋଜ୍ ଟିକାକରଣ ହେଉଛି । ନରୱେର ଜନସଂଖ୍ୟା ୈଯତିକି ପ୍ରତିଦିନ ଆମ ଦେଶରେ ସେତିକି ଡୋଜ୍ ଟିକାକରଣ ହେଉଛି । ଆଜିର ଦିନରେ ୩୪ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ଶେଷ ହେଲାଣି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୪ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୭ ଶହରୁ ସାମାନ୍ୟ ଅଧିକ ରହିଛି ।
ଦେଶରେ କୋଭିଡ-୧୯ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ବିଗତ ୨୪ ଘଂଟାରେ ଦେଶରେ ୪୪,୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଅବଧି ମଧ୍ୟରେ ୭୩୮ଜଣଙ୍କର ମୃତ୍ୟୁ ରିପୋର୍ଟ ଆସିଥିବା ବେଳେ ୫୭, ୪୭୭ ଜଣ ଆରୋଗ୍ୟ ହୋଇଛନ୍ତି । ନୁଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ଏବେ ସୁଦ୍ଧା ୨,୯୬,୦୫, ୭୭୯ଜଣ ଆରୋଗ୍ୟ ହୋଇଛନ୍ତି । ତେବେ ବିଗତ ୫୧ ଦିନ ହେବ ଲଗାତାର ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି ।
ଦେଶରେ ଏବେ ୪,୦୧,୦୫୦ ଜଣ କୋଭିଡରେ ଆଖି ବୁଜିଛନ୍ତି । ୪, ୯୫, ୫୩୩ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ଅଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ୯୭ ଦିନ ପରେ କରୋନାରେ ଚିକିତ୍ସାଧିନ ସଂଖ୍ୟା ୫ଲକ୍ଷ ତଳେ ରହିଛି । ସେହିପରି ଦେଶରେ ଏବେ ୨.୫୦ ପ୍ରତିଶତ ସଂକ୍ରମିତ ହହାର ରହିଛି । କରୋନା ଟେଷ୍ଟ ଏବଂ ସଂକ୍ରମିତଙ୍କ ସଂଖ୍ୟାକୁ ଆଧାର କରି ଏହି ସାପ୍ତାହିକ ସଂକ୍ରମିତ ରିପୋର୍ଟ ତିଆରି ହୁଏ ।

Leave A Reply

Your email address will not be published.

3 × 5 =