ସପ୍ତାହକେ ୫ ଦିନ ଚାଲିବ ରାଉରକେଲା ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୬.୬(ନି.ପ୍ର.): ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଭିତରେ ୫ଟି ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ଗତ ୨ ତାରିଖରେ ଘୋଷଣା କରାଯାଇଥିଲା । ଥିଲା ବେଳେ୫ ତାରିଖ ଦିନ ପୁଣି ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଭିତରେ ଆଉ ଏକ ଯାତ୍ରାବାହୀ ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି । ରାଉରକେଲାରୁ ଭୁବନେଶ୍ୱର ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ଯାତ୍ରାବାହୀ ଟ୍ରେନ୍ । ୮ ତାରିଖରୁ ୩୦ ତାରିଖ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଶନିବାର ଓ ରବିବାରକୁ ବାଦ୍ ଦେଇ ସପ୍ତାହରେ ମାତ୍ର ୫ ଦିନ ଚାଳାଚଳ କରିବ । ରାଉରକେଲାରୁ ଏହି ଟ୍ରେନ୍ ସକାଳ ୫ଟା ୧୦ରେ ଏବଂ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ ଛାଡିବ । ଉଭୟ ଷ୍ଟେସନ୍ ମଧ୍ୟରେ ରାଜଗାଙ୍ଗପୁର, ଧାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ୍, ଢେଙ୍କାନାଳ, ନରାଜ ମାର୍ଥାପୁର ଷ୍ଟେସନ୍ରେ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ଭୁବନେଶ୍ୱର -ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହରେ ପାଂଚ ଦିନ ଚାଲିବ । ସେହିପରି ଭୁବନେଶ୍ୱର -ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍, ସମ୍ବଲପୁର-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ସପ୍ତାହକୁ ୩ ଥର ଚାଲିବା ତେବେ ଏହି ଟ୍ରେନଗୁଡିକରେ ଯିବା ପାଇଁ ଷ୍ଟେସନଗୁଡିକରେ ଥିବା ଆରକ୍ଷଣ କେନ୍ଦ୍ରମାନଙ୍କରେ ଏବଂ ଆଇଆରସିଟିସି ୱେବସାଇଟ୍ରେ ମଧ୍ୟ ଟିକେଟ୍ କରିପାରିବେ । ଏହି ଟ୍ରେନଗୁଡିକରେ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ଚଢିପାରିବେ ।

Leave A Reply

Your email address will not be published.

18 − one =