ରାଜ୍ୟରେ ୨୦‘ବ୍ଲାକ ଫଙ୍ଗସ୍’ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ମୃତ୍ୟୁ ସହ ରାଜ୍ୟରେ ‘ବ୍ଲାକ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଲେ ବର୍ତମାନ ସୁଦ୍ଧା ୨୦ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ମେ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବାଠାରୁ ଆଜି ସୁଦ୍ଧା ମୋଟ ୧୨୯ ଜଣ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଓ ଖୋର୍ଦ୍ଧାରୁ ୨୧ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮ ଜଣ, ଅନୁଗୁଳ ଓ କଟକରୁ ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ଅଭାବ ରହିଛି । ଆଂଟି ଫଙ୍ଗାଲ ଔଷଧର ଅଭାବ ଯୋଗୁ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ସେପଟେ, ରାଜ୍ୟରେ ଆଜି କରୋନା ମୃତ୍ୟୁର ଅଲୋଡା ରେକର୍ଡ କରିଛି ।

Leave A Reply

Your email address will not be published.

9 + six =