୨୦ଟି ଜିଲ୍ଲାରେ ଆଜିଠୁ ଗଡ଼ିବ ଓଏସଆରଟିସି ବସ୍

ଭୁବନେଶ୍ୱର: କରୋନା ଯୋଗୁ ପ୍ରାୟ ୨ ମାସ ହେବ ଠପ୍ ହୋଇଯାଇଥିବା ବସ୍ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିବା ବେଳେ ଆଜିଠୁ ଏହି ସବୁ ଜିଲ୍ଲାରେ ଗଡ଼ିବ ବସ୍ ।କାଟାଗୋରୀ-ଇରେ ଥିବା ଜିଲ୍ଲାରେ ଆଜିଠୁ ୪୩ଟି ରୁଟ୍ରେ ଗଡିବ ଙଝଜଞଉ ବସ୍ । ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ । ଏହି ସବୁ ଜିଲ୍ଲାରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଯାତ୍ରା କରିବା ସମୟରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି ।ଏହି ସବୁ ରୁଟ୍ ମଧ୍ୟରେ ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ବଲାଙ୍ଗିର-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣପୁର, ଭବାନୀପାଟଣା-ମୋଟୁ, କେନ୍ଦୁଝର-ବଲାଙ୍ଗିର ରୁଟ୍ ଆଦି ରହିଛି ।ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ କ୍ୟାଟେଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ସାମାନ୍ୟ କୋହଳ କରାଯାଇଛି । କଟକଣା କୋହଳ ପରେ ରାଜ୍ୟ ସରକାର ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଏ ଯାଏ ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ । ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼ ବସଷ୍ଟାଣ୍ଡରେ ହଜାର ହଜାର ବସ୍ ଖତ ଖାଉଛି । ଦିନେ ଜନଗହଳିରେ ଫାଟି ପଡୁଥିବା ବସଷ୍ଟାଣ୍ଡ୍ ଅଞ୍ଚଳ ସରକାରଙ୍କ ଘୋଷଣା ପରେ ଏବେ ବି ଖାଁ ଖାଁ । ସ୍ଥିତି ପୂର୍ବରୁ ଯାହା ଥିଲେ ଏବେ ବି ପ୍ରାୟ ସେପରି ରହିଛି ।ସରକାର କେବଳ ୨୦ଟି ଜିଲ୍ଲାରେ ବସ୍ ସେବାକୁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ପ୍ରତିବନ୍ଧକ ହଟାଇ ନାହାନ୍ତି । କଟକଣାଯୁକ୍ତ ଜିଲ୍ଲା ଭିତରେ ଉଭୟ କଟକ ଓ ଭୁବନେଶ୍ୱର ଆସୁଥିବାରୁ ବାଦାମବାଡ଼ି ଓ ବରମୁଣ୍ଡାକୁ ଆସି ପାରୁନି ବସ୍ । ସେହିଭଳି ଆନ୍ତଃରାଜ୍ୟ ରୁଟରେ ମଧ୍ୟ ବସ୍ ଚଳାଚଳକୁ ଅନୁମତି ନଥିବାରୁ ଲଙ୍ଗ ରୁଟ୍ ସେବା ଆରମ୍ଭ ହୋଇପାରୁନି ।ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରୁ ଭୟ ସମ୍ପୂର୍ଣ୍ଣ ଦୂର ହୋଇନି । ତେଣୁ ଲୋକେ ବାହାରକ-ୁ ବାହାରିବାକୁ ଏବେ ବି ଡରୁଥିବା ବେଳେ ବସ୍ ଯାତ୍ରାକୁ ସୁରକ୍ଷିତ ମଣୁ ନାହାନ୍ତି । ଏସବୁ ପରେ ତେଲ ଦର ବି ଆକାଶ ଛୁଆଁ ହୋଇଛି । ତେଣୁ ବସ୍ ମାଲିକମାନେ ବ୍ୟବସାୟରେ ନିଶ୍ଚିତ କ୍ଷତିକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏପଟେ ବସ୍ ପାଇଁ ୩ ମାସର ଟିକସ ଛାଡ଼ ହୋଇଛି । ବସ୍ ଚଳାଚଳକୁ ସ୍ୱାଭାବିକ କରିବାକୁ ଆଗକୁ ଆଉ କିଛି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଯୋଜନା କରୁଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Leave A Reply

Your email address will not be published.

eight + thirteen =