ଭୁବନେଶ୍ୱର : ‘ଏକୋମ’ ଚିକିତ୍ସା ପାଇଁ ଏଣିକି ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ସରକାରୀ ଡାକ୍ତରଖାନାରେ ମିଳିବ ‘ଏକୋମ’ ଚିକିତ୍ସା । ଏନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କଟକ ବଡ଼ ଡାକ୍ତରଖାନା( ଏସସିବି )ରେ ୯ଟି ଏକୋମ ଯନ୍ତ୍ର ଲାଗିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ‘ଓଡ଼ିଶାକୁ ୯ଟି ଏକୋମ ଯନ୍ତ୍ର ଆସିବ ଏବଂ ଏହାକୁ ଏସସିବିରେ ସ୍ଥାପନା କରାଯିବ । ତେବେ ୯ଟିରୁ ୬ଟି ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ କିଣାଯିବାକୁ ଥିବାବେଳେ ଅନ୍ୟ ୩ଟି ସାମାଜିକ ଦାୟିତ୍ୱବୋଧ ପାଣ୍ଠି (ସିଏସଆର) ପାଣ୍ଠିରୁ କିଣାଯିବ । ସେହିପରି ଏକୋମ ଯନ୍ତ୍ର ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ମନୋନୟନ ସରିଛି । ସେମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ କଲକାତା ପଠାଯିବ । ଜୁଲାଇ ୩୧ ସୁଦ୍ଧା ପ୍ରଶିକ୍ଷଣ ସରିବ ପରେ ରାଜ୍ୟରେ ଅଗଷ୍ଟ ୧୫ରୁ ଏକମୋ କାର୍ଯ୍ୟକ୍ଷମ ହେବ ।