ବାଗଂଲା ଜୁସ୍ ଫ୍ୟାକ୍ଟି୍ରରେ ନିଆଁ : ୫୨ ଜୀବନ୍ତ ଦଗ୍ଧ

ଢାକା : ବଗଂଲା ଦେଶର ଢାକା ସ୍ଥିତ ଏକ ଜୁସ ଫ୍ୟାକ୍ଟରିରେ ଆଜି ଅଗ୍ନିକାଣ୍ଡ ଘଟି ୫୨ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବାବେଳେ ମିଳିଥିବା ସୂଚନା ମୁତାବକ ବାଂଲାଦେଶର ଢାକାରେ ଥିବା ସେଜନ ଜୁସ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାବେଳେ ନିଆଁ ଲାଗିଯାଇଥିଲା । ଆଉ ଚାଁହୁଚାଁହୁ ଏହି ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ଆଉ ଜୁସ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ କିଛି ବୁଝିବା ଆଗରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଆଉ ଏହି ନିଆଁରେ ୫୨ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କୁହାଯାଉଛି ଯେ ପ୍ରଥମେ ନିଆଁ ତଳମହଲାରେ ଲାଗିଥିଲା । ଆଉ ତଳମହଲାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ କୋଠାର ତଳ ମହଲାରୁ ଉପରକୁ ବ୍ୟାପିଯାଇଥିଲା । ରିିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିିଆଁ ଲାଗିବାର କାରଣ ଜଣାପଡ଼ି ନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିବାବେଳେ ଉଦ୍ଧାର ହୋଇଥିବା କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ନିଆଁ ଲାଗିବା ପରେ କାରଖାନାର ଏକମାତ୍ର ପ୍ରସ୍ଥାନ ଫାଟକ ବନ୍ଦ ହୋଇଯାଇଥିଲା । ବିଲଡିଂରେ କୌଣସି ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବାର ସେମାନେ କହିଛନ୍ତି ।

Leave A Reply

Your email address will not be published.

one × 1 =