ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ନିର୍ଦ୍ଧିଷ୍ଟ ୬ଟି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ ଏହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର । ସେ ଉଲ୍ଲେଖ କରିଥିବା ପରିସଂଖ୍ୟାନ ଅନୁଯାୟୀ ୬ ରାଜ୍ୟରେ ସର୍ବାଧିକ ୬୪% ଜନସାଧାରଣ ପ୍ରତିଦିନ ସଂକ୍ରମିତ ହେଉଛନ୍ତି । ସେହିପରି ଉପରୁକ୍ତ ରାଜ୍ୟ ଗୁଡିକ ମଧ୍ୟରେ ଥିବା ୬ଟି ଜିଲ୍ଲାରେ ୮୪% ରୋଗୀଙ୍କ ମୃତୁ୍ୟ ଘଟୁଛି । ସେହି ଦୃଷ୍ଟିକୋଣରୁ କରୋନାକୁ ୬ଟି ରାଜ୍ୟ ଏବଂ ତର୍ନ୍ମଧ୍ୟରେ ଅର୍ନ୍ତଗତ ୬ଟି ଜିଲ୍ଲାରେ ଉଭୟ ସଂକ୍ରମଣ ଓ ମୃତୁ୍ୟ ହାର ହ୍ରାସ କରିବାନେଇ ପଦକ୍ଷେପ ନିଆଯିବା ଉଚିତ । ଏଥିନେଇ ସେ ଯେଉଁ ନେଇ ୪ ସୂତ୍ରୀ ପରାମର୍ଶ ଦେଇଛନ୍ତି ତାହା ଉଲ୍ଲେଖନୀୟ । ଏହି ପରାମର୍ଶ ମଧ୍ୟରେ ଟେଷ୍ଟିଙ୍ଗି, ଟ୍ରେସିଙ୍ଗ, ଟ୍ରାକିଙ୍ଗ ସମେତ ଟିକାକରଣ ଅଧିକରୁ ଅଧିକ କରିବା ଲାଗି ପରାମର୍ଶ ଦେଇଛନ୍ତି । ତୃତୀୟ ଲହର ଆସିବାର ସବୁ ଅମ୍ଭାବନା ରହିଥିବାର ମୋଦି ପ୍ରକାଶ କରିବାକୁ ସହିତ ଏହା ରୋକିବାକୁ କଡାପଦକ୍ଷେପ ନେବା ଲାଗି ଆହ୍ୱାନ ଦେଇଛନ୍ତି । କେବେଳ ସେତିକି ନୁହେଁ ସେ କହିଛନ୍ତି ୬ଟି ରାଜ୍ୟ ସର୍ବାଧିକ ୬୪% କରୋନା ଆକ୍ରାନ୍ତ ହେଉଥିବାରୁ ଏହାକୁ ଯେକୌଣସି ମଧ୍ୟରେ ରୋକା ଯିବା ଦରକାର ଏଥିଲାଗି ଆବଶ୍ୟକ ପଡିଲେ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରିବା ଦ୍ୱାରା ସଂକ୍ରମଣ ହାର କମିବା ସୁନିଶ୍ଚିତ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, କରୋନା ସଂକ୍ରମଣ ସହିତ ଆମକୁ ବଂଚିବାକୁ ହେବ । ଯଦି ଅଧିକ ଟିକା ନେଇଥିବା ଲୋକ ପଜିଟିଭ ଆକ୍ରାନ୍ତ ହୁଅନ୍ତି, ତେବେ ଏଥିରେ ବିବ୍ରତ ହେବା ଅନୁଚିତ । ସେପରି ହେଲେ ପଜିଟିଭ ସଂଖ୍ୟା ଶୀଘ୍ର କମିବା ସହିତ ଏହି ସଂକ୍ରମଣ ଭୟାନକ ହୋଇନପାରେ ।