ଡିଜିଙ୍କ ଉପସ୍ଥିତିରେ ୩ମାଓବାଦୀଙ୍କ ଆତ୍ମ ସର୍ମପଣ

କୋରାପୁଟ: ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟଙ୍କ ଉପସ୍ଥିତିରେ ଆଜି ୩ଜଣ କୁଖ୍ୟାତ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି । ସମ୍ପ୍ରତି ଡିଜି ଶ୍ରୀ ଅଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଳା ଗସ୍ତରେ ଅଛନ୍ତି । କୁଖ୍ୟାତ ମାଓବାଦୀ ତଥା ବୈପାରୁଗୁଡା ଏରିଆ କମିଟିର ସଦସ୍ୟା ତାଲସେ ହୁ୍ୟକା ଆଜି ଡିଜିଙ୍କ ଉପସ୍ଥିତିରେ କୋରାପୁଟରେ ଆତ୍ମସର୍ମଣ କରିଥିବା ବେଳେ ମାଲକାନଗିରିରେ ସବିତା ପଡିଆମୀ ଓ ବାଇଧର ଆତ୍ମସର୍ମପଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ତାଲେସ ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶୀ ଘୋଷଣା ହୋଇଥିଲା ବେଳେ ସବିତା ନାଁରେ ୪ଲକ୍ଷ ଓ ବାଇଧର ନାଁରେ ଏକ ଲକ୍ଷଟଙ୍କା ପୂର୍ବରୁ ସରକାର ଘୋଷଣା କରିଥିଲେ । ମହାମାରୀ କରୋନା ସଂକ୍ରମଣ ଭୟରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଥିଲା ବେଳେ ସେମାନେ ହିଂସା ଛାଡି ସାମାଜିକ ମହାସ୍ରୋତକୁ ଫେରି ଆସିବାକୁ ଡିଜି ଶ୍ରୀ ଅଭୟ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

five × two =