ଓଡିଶା ପ୍ରଗତିଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ଯାଜପୁର : ଆଗାମି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟ ଏକ ଆଂଚଳିକ ଦଳ ଓଡ଼ିଶା ପ୍ରଗତି ଦଳ ତୃଣମୂଳ ସ୍ତରରେ ତାର ସଂଗଠନକୁ ସୁଦୃଢ କରିବାକୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦଳ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି କରିଅଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବରିଷ୍ଠ ଆଇନୀଜୀବୀ ତଥା ସାମ୍ବାଦିକ ଶିବକେତନ ମହାନ୍ତିଙ୍କୁ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ଦିଆଯାଇଅଛି । ଓଡ଼ିଶା ପ୍ରଗତି ଦଳର କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି ଏବଂ ରାଜ୍ୟ ସଭାପତିଙ୍କ ପରାମର୍ଶକ୍ରମେ ସବୁ ଜିଲ୍ଲାର ସଂଗଠକ ପ୍ରକ୍ରିୟାରେ ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ପ୍ରଗତି ଦଳର ମୁଖ୍ୟ ପର୍ଯ୍ୟବେକ୍ଷକ ଦିବ୍ୟରଂଜନ ସ୍ୱାଇଁ ସୁପାରିଶ ପ୍ରଦାନ କରିବା ସହିତ ଏହାର ନକଲ ରାଜ୍ୟ ମହାସଚିବ ତରୁଣ ପତିଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଅଛି । ଏହି ନିଯୁକ୍ତି ପରେ ଶ୍ରୀ ମହାନ୍ତିଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ଆସିବା ସହ ଆଗାମୀ ୨୦୨୪ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯାଜପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାପାଇଁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ଧର୍ମର ପ୍ରତୀକ ତଥା ଦଳର ସାଙ୍କେତିକ ଚିହ୍ନ ଭାବେ ଡଙ୍ଗା ଚିହ୍ନକୁ ଓଡ଼ିଶା ପ୍ରଗତି ଦଳ ତାର ଦଳୀୟ ଚିହ୍ନ ଭାବେ ଗ୍ରହଣ କରିଛି ।

Leave A Reply

Your email address will not be published.

2 + nine =