ଚାନ୍ଦିପୁରରୁ ‘ଆକାଶ ଏନଜି ’ର ସଫଳ ପରୀକ୍ଷା

ଚାନ୍ଦିପୁର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶଗାମୀ ଆକାଶ କ୍ଷେପଣାସ୍ତ୍ରର ନୂଆ ସଂସ୍କରଣ (ଆକାଶ ଏନଜି )ଆଜି ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ସଫଳ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୪୪ ମିନିଟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷ୍ମତା ରହିଛି ୭୦ କିଲୋମିଟର। ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ଏହି ଆକାଶ ଏନଜି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଗତ ଜାନୁଆରି ମାସ ୨୫ ତାରିଖରେ କରାଯାଇଥିବାବେଳେ, ଦ୍ୱିତୀୟ ଥର ଗତ ମାର୍ଚ୍ଚ ମାସ ୨୩ତାରିଖରେ ଏବଂ ଆଜି ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି । ପ୍ରତ୍ୟକ ପରୀକ୍ଷାରେ ଟାର୍ଗେଟ୍ ଭାବେ ଇଲେକ୍ଟ୍ରୋନିକ୍ସ ଟାର୍ଗେଟ ବ୍ୟବହାର କରାଯାଇଛି । ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷକରି ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟକରି ତୁରନ୍ତ ଧ୍ୱଂସ କରିବାର କ୍ଷମତା ରଖିଛି । ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦କିଲୋମିଟର ରହିଥିଲା ।

Leave A Reply

Your email address will not be published.

twenty − 13 =