ରାଜ୍ୟରେ ୧୯୧୭ କରୋନା ଆକ୍ରାନ୍ତ : ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୦୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯୧, ବାଲେଶ୍ୱରରୁ ୮୪୪, ବରଗଡ଼ରରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୭, କଟକରୁ ୨୫୬, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୩୭ ଜଣ, ଗଜପତିିରୁ ୧୬ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍‌ସିଂହପୁରରୁ ୯୨ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୭୩ ଜଣ, କେନ୍ଦୁଝରରୁ ୩୩ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୧୨ ଜଣ, ମୟୂରଭଞ୍ଜରୁ ୬୯ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୭୬ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୧୮ ଜଣ, ରାୟଗଡ଼ାରୁ ୧୧ ଜଣ, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୫୦ ଜଣ ଓ ଷ୍ଟେଟପୁଲରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ । ଦିନକରେ ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୭୭ରେ ପହଞ୍ଚିଛି । ସେହିପରି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬, ବାଲେଶ୍ୱର ୧୦, ସମ୍ବଲପୁର ୭, କେନ୍ଦ୍ରାପଡା ୬, ବରଗଡ ୫, ସୁନ୍ଦରଗଡ ୪, ବଲାଙ୍ଗୀର , ଝାରସୁଗୁଡା , ରାୟଗଡା ଓ କନ୍ଧମାଳରୁ ୨ ଲେଖାଏଁ , ଏହାସହ ଢେଙ୍କାନାଳ ,ନୂଆପଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୯ ଲକ୍ଷ ୩୯ ହଜାର ୧୬୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧୯୨୬୧ ଜଣ ।

Leave A Reply

Your email address will not be published.

2 × three =