ମହାରାଷ୍ଟ୍ରରେ ଭୂସ୍ଖଳନ : ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଏବଂ ଭୁସ୍ଖଳନ ଯୋଗୁଁ ୩୬ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇଠାରୁ ୧୬୦ କିଲୋମିଟର ଦୂର ରାୟଗଡ଼ ଜିଲ୍ଲାର ମହାଡରେ ତିନିଟି ସ୍ଥାନରେ ଭୁସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ବହୁ ଜନଜୀବନ ଏବେ ବି ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ୩୫ଜଣ ମାଟିତଳେ ଖସି ରହିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ତଲଇରେ ୩୨ଜଣ ଥିବା ବେଳେ ସାଖର ସୁତାର ବାଡ଼ିରେ ୪ଜଣ ରହିଛନ୍ତି । ଏହି ଦୁଇଟି ସ୍ଥାନରୁ ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୦-୩୫ଜଣଙ୍କୁ ଖୋଜା ଚାଲିଛି ।
ମହାଡରେ ସାବିତ୍ରୀ ନଦୀରେ ବିପଦ ସଙ୍କେତ ଉପରେ ପାଣି ଟପି ସବୁକିଛି ଭସାଇ ନେଇଛି । ମହାଡ ଓ ଖେଡରେ ଏନଡିଆରଏଫ ଓ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଉଦ୍ଧାର କାର୍ଯ୍ୟରେ ନୌସେନା ଟିମ ବି କାମ କରୁଛନ୍ତି । ସେହିପରି ବର୍ଷା ଟିକେ କମିଥିବାରୁ ରତ୍ନଗିରିର ଖେଡରେ ଜମି ଥିବା ବନ୍ୟାପାଣି ଧୀରେଧୀରେ ଖସିବାକୁ ଲାଗିଛି । ଚିପଲୁନରେ ଏବେ ବି ପାଣି ଭରି ରହିଛି । ହଜାର ଲୋକ ଏହି ପାଣି ଘେରରେ ଫସି ରହିଛନ୍ତି । ତେଣୁ ଏହି ଫସିଥିବା ଲୋକଙ୍କ ସମ୍ପର୍କୀୟ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ।
ତ୍ତଗତ ୨୪ ଘଂଟାମଧ୍ୟରେ ମହାରାଷ୍ଟ୍ରର ଶର୍ତାର ଜିଲ୍ଲାର ମହାବଳେଶ୍ୱରରେ ରେକର୍ଡ ୩୮୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ସୃଷ୍ଟି କରିଥିଲା ବେଳେ ଜନଜୀବନ ଗୁରୁତ୍ୱର ଭାବେ ବିପର୍ଯ୍ୟସ୍ଥ ହୋଇପଡିଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬ଟି ଟିମ୍ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୃତୟନ କରାଯାଇôଥିଲା ବେଳେ ଏକ ସ୍ୱତନ୍ତ୍ର ବିମାନରେ ୮ଟି ଏନ୍‌ଡିଆଏଫ୍ ଟିମ୍ ମୁମ୍ବାଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପୁନେରେ ୪, ରତ୍ନଗିରିରେ ୨, ଓ ରାୟଗଡାରେ ୨ଟି ଟିମ୍ ଏନ୍‌ଡିଆରଏଫ୍‌କୁ ମୃତୟନ କରାଯାଇଛି । ମହାରାଷ୍ଟ୍ରରେ ବର୍ଷା ୪୦ବର୍ଷର ରେକର୍ଡ ଭଙ୍ଗ କରିଥିବା କୁହାଯାଇଛି ।

Leave A Reply

Your email address will not be published.

3 × one =