ଆଠଗଡରେ ଆଠଘଂଟା ବିଦ୍ୟୁତ ବିଭ୍ରାଟ

ଆଠଗଡ: ଆଠଗଡରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣା ହୋଇଥିବା ବେଳେଏତେ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟିଗଲାଣି । ଗୁରୁବାର ତିଗିରିଆ ଓ ଖୁଂଟକଂଟା ଅଞ୍ଚଳରେ ସାମାନ୍ୟ ଘଡଘଡି ସହ ବର୍ଷାହେବା ଦ୍ୱାରା ଅପରାହ୍ନ ୩.୪୫ରେ ବିଦ୍ୟୁତ ବିଭ୍ରାଟ ଘଟିଥିଲା । ନୁଆପାଟଣା ସ୍ଥିତ ୧୩୨କେଭି ବିଦ୍ୟୁତ ଗ୍ରୀଡରୁ ଆଠଗଡକୁ ଆସିଥିବା ୩୩କେଭି ଲାଇନର ଏକାଧିକ ସ୍ଥାନରେ ଶଙ୍ଖ(ଇନସୁଲେଟର) ଫାଟିବା ଓ ତାର ଛିଣ୍ଡିବା ଫଳରେ ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳର ଦେଢଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ । ଟାଟାପାୱାର କମ୍ପାନୀର ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀ ତୁହାକୁ ତୁହା ବର୍ଷାରେ ଭିଜି ଅକ୍ରାନ୍ତ ପରିଶ୍ରମ କରି ବିଦ୍ୟୁତ ସରୋବରାହ ରାତି ୧୧.୧୫ ମିନିଟରେ ସ୍ୱୁଭାବିକ କରିଥିଲେ । ପ୍ରାୟ ସାଢେ ୭ଘଂଟା ବିଦ୍ୟୁତ ସେବାରୁ ବଞ୍ଚିତ ଆଠଗଡ ବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଆଠଗଡଖୁ ଖୁଂଟୁଣୀ ଗ୍ରୀଡରୁ ଏକ ବିକଳ୍ପ ବିଦ୍ୟୁତ ଲାଇନ ଟଣା ହେବା ଲାଗି କାର୍ଯ୍ୟାରମ୍ଭହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଶେଷକରି ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଖୁଂଟୁଣୀ ଲାଇନଟି କାର୍ଯ୍ୟକ୍ଷମ ହେଲେ ଆଠଗଡରେ ବିଦ୍ୟୁତ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ । ତେଣୁ ଏହି କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରି ବିକଳ୍ପ ବିଦ୍ୟୁତ ଯୋଗାଣ କରିବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.

9 − 1 =