ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ । ୧୮୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଳାରୁ ସର୍ବାଧିକ ୪୯ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ଜିଲାରୁ ସର୍ବାଧିକ ୩୦ ଜଣ ରହିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୪୪୫କୁ ବୃଦ୍ଧିପାଇଛି ।
ଖୋର୍ଦ୍ଧା ଜିଲାରୁ ମୃତ୍ୟୁ ଘଟିଥିବା ୩୦ ଜଣଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୨୫ ଜଣ ମୃତକ ରହିଥିବା ଜଣାଯାଇଛି । ସେହିଭଳି ପୁରୀରୁ ୧୧, ଅନୁଗୁଳ୮, ଗଞ୍ଜାମ, ଜଗତସିଂହପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି । ସେହିଭଳି ମୟୁରଭଞ୍ଜ ଜିଲାରୁ ୭ ଜଣ, ମାଲକାନଗିରି ଓ ନୂଆପଡାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
ଅନ୍ୟପକ୍ଷରେ ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୧୦୮୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୮୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬୯ଜଣ, ବାଲେଶ୍ୱରରୁ ୧୧୪ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୬୫ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୨୨୧ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୮୪ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୮୯ ଜଣ, ଯାଜପୁରରୁ ୧୦୭ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୫୯ ଜଣ, କେଉଁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୪୯୬ ଜଣ, କୋରାପୁଟରୁ ୭ ଜଣ, ମାଲକାନଗିରିରୁ ୧୨ ଜଣ, ମୟୁରଭଞ୍ଜରୁ ୫୭ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୬୬ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୫୯ ଜଣ, ରାୟଗଡ଼ାରୁ ୨୪ ଜଣ, ସମ୍ୱଲପୁରରୁ ୩୪ ଜଣ, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟ ପୁଲରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୬୫, ୭୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯, ୪୧, ୨୦୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୯,୦୧୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.

one × one =