୨୦୨୨ ଜୁନ୍ ସୁଦ୍ଧା ଶେଷ ହେବ ବରମୁଣ୍ଡା ବସ୍ ଟର୍ମିନାଲ

ଭୁବନେଶ୍ୱର: ୨୦୨୨ ଜୁନ ମାସ ସୁଦ୍ଧା ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲର କାମ ସରିବ । ଆଜି ଏନେଇ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାସହ ସେ ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି । ୧୮୦ କୋଟି ଟଙ୍କା ବ୍ୟୟରେ ୧୫.୫ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି । ଜୁନ୍ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ । ତେବେ ଠିକ୍ ସମୟରେ କାମ ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ । ଏହାସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।
ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ୍ କମ୍ କରିବା ପାଇଁ ସମାନ୍ତରାଳ ରୋଡ୍ ପ୍ରକଳ୍ପ ପିଡବ୍ଲୁଡି ଦ୍ୱାରା କରାଯାଉଛି । ଏହି ରାସ୍ତା ସିଆରପିଏଫ୍ ସ୍କୋୟାରରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଥମେଟିକ୍ସକୁ ସଂଯୋଗ କରିବ । ୯୨ କୋଟି ଟଙ୍କା ବ୍ୟୟରେ ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ବର୍ତ୍ତମାନ ଜାଭିୟର ସ୍କେ୍ୱାୟାରରୁ ଇନଫୋସିଟି ସ୍କୋୟାର ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ୫.୧୭ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ କାମ ୨୦୨୨ ଫେବ୍ରୁଆରୀ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଚନ୍ଦ୍ରଶେଖରପୁରରେ ପିପିିିପି ମୋଡରେ ବିଡିଏ ପକ୍ଷରୁ ସୁଲଭ ଗୃହ ନିର୍ମାଣ କାମ ଚାଲିଛି । ୨୦.୨୧ ଏକ ଜାଗାରେ ୨୬ ଶହ ଘର ନିର୍ମାଣ କରାଯାଉଛି । ଏହି କଲୋନୀରେ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସପିଂ ଏରିଆ ଓ ଖେଳିବା ପାଇଁ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ ସେପ୍େଟମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.

2 × 4 =