ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଦିଲ୍ଲୀ ଏମ୍‌ସ୍‌)ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିୟା କହିଛନ୍ତି ଯେ ଭାରତରେ ସେପ୍ଟେମ୍ବର ଭିତରେ ଶିଶୁମାନଙ୍କ ଟୀକାକରଣ ଆରମ୍ଭ ହେବାର ଆଶା କରାଯାଇ ପାରେ ।
ଗୁଲେରିୟା ଶନିବାର ଦିନ ଏକ ନ୍ୟୁଜ୍ ଚାନେଲକୁ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଶିଶୁମାନଙ୍କର ଟୀକାକରଣ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ତେବେ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ସମର୍ଥ ହେବ । ଗୁଲେରିୟା କହିଛନ୍ତି କି ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍‌ର କୋବାକ୍ସିନର ପରୀକ୍ଷା ଚାଲିଛି । ସେ ଆଶା କରିଛନ୍ତି ଯେ ସେପ୍ଟେମ୍ବର ଭିତରେ ତା’ର ଫଳାଫଳ ଜାରି ହେବାର ସମ୍ଭାବନା ଅଛି । ସେ କହିଛନ୍ତି କି ଜାୟଡସ କୌଡିଲା ମଧ୍ୟ ୧୨ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଂଚିଛି ।
ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ ଗୁଲେରିୟା ନିଜ ବୟାନରେ କହିଥିଲେ ଯେ କରୋନାର ତୃତୀୟ ଲହର କେମିତି ହେବ, ଭାଇରସ୍ କିପରି ମ୍ୟୁଟାଂଟ କରିବ ଏହି ବିଷୟରେ କିଛି କୁହାଯାଇ ପାରିବ ନାହିଁ । କିନ୍ତୁ କରୋନା ପ୍ରୋଟୋକଲର ପାଳନ କରି ସଂକ୍ରମଣର ଗତିକୁ ରୋକାଯାଇ ପାରିବ । ଗୁଲେରିୟା ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ କରୋନା ପ୍ରୋଟୋକଲ୍‌କୁ ଦୃଢ଼ଭାବେ ପାଳନ କରନ୍ତୁ । ତାଙ୍କ କହିବାକଥା ହେଲା କି ଯେପରି କରୋନା ଟୀକାକରଣ ଜୋରଦାର୍ କରାଯାଉଛି ତା’ ଦ୍ୱାରା ଲୋକମାନଙ୍କ ମଧ୍ୟରେ ପ୍ରତିରୋଧକ କ୍ଷମତା ବଢ଼ିବାରେ ଲାଗିଛି । ଏହାଦ୍ୱାରା ଭାଇରସ୍‌ର ପ୍ରସାର ବଢ଼ିବାକୁ ରୋକାଯାଇ ପାରିବ ।

Leave A Reply

Your email address will not be published.

four × five =