୭ବର୍ଷ ହେଲା ଅଧାରେ ଅଟକିଛି ଭୁବନେଶ୍ୱର ରେଳଷ୍ଟେସନ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟସନ୍ ଉନ୍ନତୀକରଣ ପାଇଁ ୨୦୧୪ ମସିହାରୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଦେଢ଼ ବର୍ଷର ଟଣାଓଟରା ପରେ ସେପ୍େଟମ୍ବର ୧୯, ୨୦୧୯ରେ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା । ହେଲେ ଡିଜାଇନ୍ ପ୍ରସ୍ତୁତି, ଏହାର ଅନୁମୋଦନ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏନ୍‌ଓସି ଆଣିବାରେ ଏହି ମହାତ୍ୱାକାଂକ୍ଷୀ ପ୍ରକଳ୍ପର ପ୍ରାୟ ଦୁଇ ବର୍ଷ ବିତିଗଲାଣି । ଅଗଷ୍ଟ, ୨୦୨୦ରେ ନିର୍ମାଣ କାମ ଆରମ୍ଭ ହେବାକୁ ଟାର୍ଗେଟ୍ ରଖାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇନି । ଏପଟେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଗତକାଲି କହିଛନ୍ତି ଯେ, ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଯୋଜନା ହୋଇଥିବା ୧୦୭୫କୋଟି ଟଙ୍କାର ପ୍ରକଳ୍ପ କାମ ୬ ମାସ ମଧ୍ୟରେ ଆରମ୍ଭ ହେବ । ତାଙ୍କର ଏଭଳି ବୟାନ ପରେ ପ୍ରକଳ୍ପର କାର୍ଯ୍ୟକରିତାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଯେଉଁଠି ମୁଖ୍ୟ ପ୍ରକଳ୍ପ ଦାୟିତ୍ୱରେ ଥିବା ବିଡିଏ ୨ବର୍ଷ ହେଲା ହାତ ବାନ୍ଧି ବସିଛି, ସେଠାରେ ପୂର୍ବତଟ ରେଳପଥ ଚାହିଲେ ବି ୬ ମାସ ଭିତରେ କାମ ଆରମ୍ଭ ହୋଇ ପାରିବ କି । ପ୍ରକଳ୍ପ କେବେ ଆରମ୍ଭ ହୋଇ କେବେ ସରିବ, ସେ ନେଇ ବିଡିଏ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କେହି ମୁହଁ ଖୋଲୁନାହାନ୍ତି କାହିଁକି? ଫେବ୍ରୁଆରି ୨୦୨୧ରେ ପିପିପି ମୋଡରେ ମଲ୍ଟିମୋଡାଲ ରେଳ ଷ୍ଟେସନ ଉନ୍ନତୀକରଣ ଏବଂ ଆଇକନିକ୍ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୪ବର୍ଷରେ ସରିବ ।
ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ଏହାର ଦୁଇପାର୍ଶ୍ୱରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଯେଉଁ ୧୦୭୫ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ନିଷ୍ପତ୍ତି ହୋଇଛି; ସେଥିରୁ ପ୍ରାୟ ହଜାରେ କୋଟିର କାମ ରାଜ୍ୟ ସରକାର କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏକୁ ଏହାର ନୋଡାଲ ଏଜେନ୍ସି କରାଯାଇଛି । ଏହି ବୃହତ ପ୍ରକଳ୍ପରେ କେବଳ ରେଳ ଲାଇନ୍ ଏବଂ ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ କାମ ପୂର୍ବତଟ ରେଳପଥ କରିବାକୁ ଥିବାବେଳେ ବାକି କାମ ବିଡିଏ କରିବ । ତାହା ପୁଣି ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ହେବ । ତେଣୁ ବିଡିଏ କାମ ଆରମ୍ଭ ନ କଲେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କାମ ଆରମ୍ଭ କରିପାରିବେନି ଏହା ଜଳଜଳ ଦିଶୁଛି ।
ପ୍ରାୟ ଦୁଇ ବର୍ଷ ତଳେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ, ଯେଉଁ ରେଳ ଷ୍ଟେସନ ମଲ୍‌ଟିମୋଡାଲ ହବ୍ ହେବ, ସେଥିପାଇଁ ବିଡିଏ ୬୦କୋଟି ଟଙ୍କ?ା ଖର୍ଚ୍ଚ କରିବାକୁ ଥିବାବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ୭୦କୋଟି ଖର୍ଚ୍ଚ କରିବେ । ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ମଲ୍ଟିମୋଡାଲ ହବ୍ ନିର୍ମାଣ ହେବ । ଏଠାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲଡିଂ, ସିଟି ବସ୍ ଟର୍ମିନାଲ, ପବ୍ଲିକ କାର ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ୨୧ମିଟର ଓସାରର ଏକ କନକୋର୍ସ ନିର୍ମାଣ କରାଯିବ । ଏହାକୁ ବିଡିଏ କରିବ । ରେଳବାଇ ଓ ରାଜ୍ୟ ସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଂ, ଆଉ ଦୁଇଟି ନୂଆ ପ୍ଲାଟଫର୍ମ ହେବ । ଏହି ୫ମହଲା ବିଶିଷ୍ଟ ବିଲଡିଂର ତଳ ମହଲା ସହିତ ପ୍ରଥମ ଦୁଇ ମହଲାକୁ ରେଳବାଇ ବ୍ୟବହାର କରିବ । ରେଳବାଇକୁ ମୋଟ୍‌? ୧.୭୪ଲକ୍ଷ ବର୍ଗଫୁଟ ଅଞ୍ଚଳ ମିଳିବ ।
ଏହାସହ ଭୁବନେଶ୍ୱର ରେଳ ଷ୍ଟେସନର ସମ୍ପ୍ରସାରଣ ହେବ । ଏବେ ଥିବା ଷ୍ଟେସନ ବିଲଡିପ୍ସକୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ ବିଲଡିପ୍ସ ନିର୍ମାଣ କରାଯିବ । ଏହାସହ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ପ୍ଲାଟଫର୍ମ ସଂଖ୍ୟାକୁ ୮କୁ ବୃଦ୍ଧି କରାଯିବ । ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ । ଏହି ପାର୍ଶ୍ୱରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ହେବ । ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ନମ୍ବର ୧ ଭବିଷ୍ୟତରେ ପ୍ଲାଟଫର୍ମ ୩ ହୋଇଯିବ । ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସପ୍ସଯୋଗ କରୁଥିବାବେଳେ ଏହାକୁ ୧୦କୁ ବଢ଼ାଯିବ । ରେଳ ?ଷ୍ଟେସନ ଉନ୍ନତୀକରଣ ପାଇଁ ପ୍ଲାଟଫର୍ମ-୧ ପାର୍ଶ୍ୱରେ ଭଙ୍ଗାରୁଜା ହେବାକୁ ଥିବାରୁ ଏବେ ଏହି ପାର୍ଶ୍ୱରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ଲାଟଫର୍ମ-୬ ପାର୍ଶ୍ୱରେ ନିର୍ମାଣ ହେବ । ଏହି କାମ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କରିବେ ।

Leave A Reply

Your email address will not be published.

3 × 3 =