ଆଜି ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରେ ଦିର୍ଘ ମାସ ମାସ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ଆସନ୍ତା କାଲି ଖୋଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏବଂ ଶ୍ରେଣୀ କକ୍ଷ ଗୁଡିକରେ ବିଷୋଧନ କାର୍ଯ୍ୟ ମଧ୍ୟ ସମ୍ପୃନ୍ନ ହୋଇଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପିଲାମାନେ ସ୍କୁଲ ଆସିବା ପାଇଁ ଅବଭାବକ ମାନଙ୍କର ଅନୁମତି ପତ୍ରର ଆବଶ୍ୟକତା ରହିଛି । ତେବେ ଯେଉଁମାନେ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହୀ ହେବେ ନାହିଁ ବା’ ସ୍କୁଲକୁ ଆସିବେ ନାହିଁ ସେମାନେ ଅନ୍‌ଲାଇନ୍‌ରେ ପାଠ ପଢିପାରିବେ । ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ କ୍ଲାସ ଗୁଡିକୁ ଭାଗ ଭାଗ କରାଯିବ । ସାମାଜିକ ଦ୍ୱରତା ରକ୍ଷା କରି କମ୍‌ସଂଖ୍ୟକ ପିଲା ନେଇ କ୍ଲାସ ଗୁଡିକୁ ଭାଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତିି । ସେହିପରି ସମସ୍ତ ଛାତ୍ରଛାତ୍ରୀମାନଙ୍କ ସାନିଟାଇଜର କରାଯିବ ।

Leave A Reply

Your email address will not be published.

3 × two =