ହୀରାକୁଦ୍: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତନ ବୃଦ୍ଧି ଯୋଗୁଁ ଆଜି ଆଉ ୬ଟି ଗେଟ୍ ଖୋଲାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ୧୦ଟି ଗେଟ୍ ଜରୀଆରେ ବନ୍ୟା ଜଳ ନିସ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍ ରହିଛି । ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତିସେକେଣ୍ଡରେ ହାରାହାରି ୧,୨୬,୭୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ୮୨,୪୭୦ କ୍ୟୁସେକ୍ ନିଷ୍କାସିତ ହେଉଛି ।