ସ୍ଥାନାନ୍ତରିତ ହେବନି ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଂଟିନ ସ୍ଥିତ ସ୍ଥାପତ୍ୟ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ବିଏମସି କମିଶନର ସଂଞ୍ଜୟ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ନେଇ ସରକାରୀ ସ୍ଥରରେ ନିଷ୍ପତି ହୋଇଛି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ନ ହଟାଇପାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ସହ ସ୍ମାର୍ଟ ଜନପଥର ବିକାଶ ପାଇଁ ବିଏମ୍‌ସି ଯୋଜନା ପ୍ରସ୍ତୁତ କରିଥିଲା । ଏଥିନିମନ୍ତେ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ଛକକୁ ଘୁଞ୍ଚାଇବାକୁ ସ୍ଥିର ହୋଇଥିଲା । ଏପରିକି ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା
ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ । ସେଥିପାଇଁ ମାଷ୍ଟରକ୍ୟାଣ୍ଟିନରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି ସଂସ୍କୃତି ବିଭାଗ ନିର୍ଦ୍ଦେଶକ କହିଥିଲେ । ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତର ପ୍ରକ୍ରିୟା ଏକ ମାସ ମଧ୍ୟରେ ସରିବ । ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବ ବୋଲି କୁହାଯାଇଥିଲା ।
ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା । ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତି ନିର୍ଣାଣ କରିଥିଲେ । ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡା ଓ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତରକୁ ରାଜ୍ୟ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ତିବ୍ର ବିରୋଧି କରିଥିଲେ ।

Leave A Reply

Your email address will not be published.

twenty + 4 =