ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ
ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି । ଚିଠିଟି କମଳା ରଙ୍ଗର ହୋଇଥିବା ବେଳେ ତାହା ବିଦ୍ୟାଭାରତୀଙ୍କ ହାତ ଲେଖା ବୋଲି କୁହାଯାଉଛି ।
ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟରୁ ପାଖପାଖି ୧୨ ଦିନ ପରେ ପରଦା ହଟିନଥିବା ବେଳେ ସାମ୍ନାକୁ ଆସୁଥିବା ଗୋଟିଏ ଗୋଟି ପରେ ଚିଠି ଘଟଣାକୁ ଅଧିକ ରହସ୍ୟମୟ କରୁଛି । ଏବେ ସାମ୍ନାକୁ ଆସିଥିବା ଚିଠି ଲେଖଫାଯାଇଛି ଯେ, ହ୍ୱାଟ୍ ଏ ହୋପ୍‌ଲେସ ଲାଇଫ୍ । ମୋଭଳିଆ ଗୋଟେ ହେପିଲେସ ଲାଇଫ୍‌ରେ ବି ବଞ୍ଚିକି ଏହି ଅଶାରେ ଅଛି ଯେ, କେବେ ନା କେବେ ସୁଖ ଆସିବ ମୋ ଜୀବନରେ । ଯେତେ ଦଣ୍ଡସବୁ ଲେଖିଛନ୍ତି ଭଗବାନ ସବୁ ତୋତେହିଁ ଭୋଗିବା ପାଇଁ ପଡ଼ିବ । ସେଥିପାଇଁ କମ୍ପେ୍ଲନ କରିବର ବନ୍ଦ କରିଦେ । ରିଏକ୍ସିନ ଦେବା ବନ୍ଦ କରିଦେ । ବିକଜ୍ ଯେତେ ଯାହା କଲେବି ସବୁ ତୋ ଭାଗ୍ୟ ତୋ ଷ୍ଟପିଡ୍ ଡିସିସନ ଗୁଡ଼ା ପାଇଁ । ଯୋଉ ଗୁଡ଼ା ତୁ ନେଇଥିଲୁ… । ଜୀବନକୁ ନେଇ ଖାଲି ଅନୁତାପ ଆସୁଛି । ଏତେ କଣ ପାପ କରିଥିଲୁ ପୁରା ଫ୍ୟୁଚର… ମାଇଁ ଫ୍ୟୁଚର ଇଜ୍ ଇନ୍ ଡାର୍କ… । ଏତେ ଖରାପ ଲାଗିଲାଣି ନିଜ ଉପରେ । ଛି ଛି ର‌୍ୟା କେମିତି ଲାଇଫ ଗୋଟେ ମୋର… ।

Leave A Reply

Your email address will not be published.

two × one =