ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପେଗାସସ୍ ଏବଂ କୃଷି ଆଇନକୁ ନେଇ ବିରୋଧିଦଳର ହଟ୍ଟଗୋଳ ଯୋଗୁ ଆଜି କ୍ରମାଗତ ଭାବେ ଷଷ୍ଠଦିନ ପାଇଁ ପାର୍ଲ୍ୟାମେଂଟର ଉଭୟ ଗୃହର କାର୍ଯ୍ୟକ୍ରମ ଅଚଳ ହୋଇପଡିଛି ।
ଲୋକସଭାରେ ବିରୋଧିଦଳ ହଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଶ୍ରୀ ଓମ ବିର୍ଲ୍ଲା ମୂଲତବି ଘୋଷଣା କରିଥିଲା ବେଳେ ରାଜ୍ୟ ସଭାକୁ ମଧ୍ୟ ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡୁ ଗୃହକୁ ୨ଥର ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୂଲତବି ରଖିବାକୁ ବାଧ୍ୟ ହୋଇଛନ୍ତି ।
ଆଜି ଲୋକସଭାରେ ପ୍ରଶ୍ନେତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ବିରୋଧିଦଳର ସଦସ୍ୟମାନେ ପେଗାସସ୍ ଓ କୃଷି ଆଇନ ଉଚ୍ଛେଦ ଦାବିରେ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟଗୋଳ କରିବା ସଙ୍ଗେ ସଙ୍ଗେ ପେଗାସସ୍ ଉପରେ ସ୍ୱତନ୍ତ ଆଲୋଚନା ପାଇଁ ଦାବି କରି ବିଭିନ୍ନ ଧ୍ୱନୀ ମାନ ଦେଇଥିଲେ । ବିରୋଧି ଦଳର ହଟଗୋଳ ମଧ୍ୟରେ ୨୫ମିନିଟି ଧରି ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଶେଷରେ ବାଚସ୍ପତି ଗୃହକୁ ପ୍ରଥମେ ୧୧.୧୫ ମିନିଟି ପରେ ୧୨ଟା ଏବଂ ଶେଷରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ସେହିପରି ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ତଥା ହାଗାମ ଲାଗି ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡୁ ଗୃହକୁ ୨ଥରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପାର୍ଲ୍ୟାମେଂଟର ଚଳିତ ମୌସୁମି ଅଧିାବେଶନରେ ମାତ୍ର ୧୯ଟି କାର୍ଯ୍ୟ ଦିବସ ଥିବା ବେଳେ ଆରମ୍ଭରେ ଗତ ୧୯ ତାରିଖରୁ କ୍ରମାଗତ ଗୃହର କାର୍ଯ୍ୟକ୍ରମ ଅଚଳ ହୋପଡିଛି ।